ETV Bharat / state

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, 3 ଅସହାୟ ଶିଶୁ ଉଦ୍ଧାର

author img

By

Published : Apr 24, 2021, 10:00 PM IST

ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ତିନି ଅସହାୟ ଶିଶୁଙ୍କ ସମ୍ପର୍କରେ ଈଟିଭି ଭାରତରେ ଏକ ବିସ୍ତୃତ ରିପୋର୍ଟ ପ୍ରସାରଣ ପରେ ଆଜି ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ତିନୋଟି ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଈଟିଭି ଭାରତ ପ୍ରଭାବ: 3 ଅସହାୟ ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ଦେବଗଡ଼ : ଈଟିଭି ଭାରତର ପ୍ରଭାବ । ଗତକାଲି ରିଆମାଳ ବ୍ଲକ ମହକୁମାରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ତିନୋଟି ଅସହାୟ ଶିଶୁଙ୍କ ସମ୍ପର୍କରେ ଈଟିଭି ଭାରତରେ ଏକ ବିସ୍ତୃତ ରିପୋର୍ଟ ପ୍ରସାରଣ ପରେ ଆଜି ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ତିନୋଟି ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରିଆମାଳ ଚାଇଲଡ଼ ଲାଇନ କର୍ମକର୍ତ୍ତା ସରୋଜ ସାଗର ଏବଂ ସପୋର୍ଟ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ବେହେରା ପ୍ରମୁଖ ରିଆମାଳ ହାତପଦାରେ ଥିବା ଉକ୍ତ ଶିଶୁଙ୍କ ମା’ ମମତା ବେହେରାଙ୍କ ନିକଟକୁ ପହଞ୍ଚି ତାଙ୍କ ସହିତ ଆଲୋଚନା କରିବା ପରେ ତିନୋଟି ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତିନି ଶିଶୁଙ୍କୁ ସିଡବ୍ଲୁସି ମେମ୍ବର ଡକ୍ଟର ଗିରିନ୍ଦ୍ର ସାହୁଙ୍କ ନିକଟକୁ ନିଆଯାଇଥିଲା ଓ ପରେ ତିନି ଶିଶୁଙ୍କୁ ଦେବଗଡ଼ ସ୍ଥିତ ସପୋର୍ଟ ଗୃହକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜକୁ ଦୀର୍ଘ ଛଅ ମାସ ହେଲା ରିଆମାଳ ହାଟପଦାରେ ମମତା ବେହେରା ନାମକ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ତାଙ୍କର ତିନୋଟି ଶିଶୁଙ୍କୁ ନେଇ ଭିକ୍ଷାବୃତ୍ତି କରି ଦିନ କାଟୁଥିଲେ । ଫଳରେ ତିନୋଟି କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ବସିଥିଲା । ଏସମ୍ପର୍କରେ ଗତକାଲି ( ଶୁକ୍ରବାର ) ଈଟିଭି ଭାରତରେ ଏକ ରିପୋର୍ଟ ପ୍ରସାରଣ ହୋଇଥିଲା । ରିପୋର୍ଟ ପ୍ରସାରଣ ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତତ୍ପରତା ପ୍ରକାଶ କରି ତିନୋଟି ଅସହାୟ ଶିଶୁଙ୍କୁ ଉଦ୍ଧାର କରିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.