ETV Bharat / state

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, 106 ଡାକ୍ତର ପଦବୀ ଖାଲି

author img

By

Published : Feb 19, 2023, 8:49 PM IST

ଭଗବାନଙ୍କ ଭରସାରେ ଚାଲିଛି ଦେବଗଡ଼ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନା । ଖାଲିପଡିଛି ମାଳମାଳ ଡାକ୍ତର ପଦବୀ । ଅଧିକ ପଢ଼ନ୍ତୁ

ଦେବଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା
lack of doctors in deogarh
ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା

ଦେବଗଡ଼: ଜିଲ୍ଲାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ସରକାରୀ ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ନାହାନ୍ତି ଡାକ୍ତର । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲ୍ଲାରେ ଆବଶ୍ୟକ ଥିବା ମୋଟ 106ଟି ଡାକ୍ତର ଓ 72ଟି ବିଶେଷଜ୍ଞ ପଦବୀ ଖାଲି ପଡିଛି । ଫଳରେ ସ୍ବାସ୍ଥ୍ୟସେବା ନପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନା ଏଥିପ୍ରତି ଦୃଷ୍ଟି ଅଛି ସ୍ୱାସ୍ଥ୍ୟ ବିଭାଗର, ନା ଅଛି ସରକାରଙ୍କର ।

1994 ମସିହା ଜାନୁଆରୀ ପହିଲାରେ ଦେବଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରଠାରୁ ଦେବଗଡ଼ ସବଡିଭିଜନ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୂପାନ୍ତରିତ କରାଗଲା । ଲୋକଙ୍କୁ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାରେ ମୋଟ 4 ଟି ସିଏଚସି (CHC ) ଓ 8 ଟି ପିଏଚସି (PHC ) ରହିଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସିଏଚସି ଓ ପିଏଚସି ଗୁଡିକରେ ଆବଶ୍ୟକ ଡାକ୍ତର ଅଭାବରୁ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 55ଟି ଡାକ୍ତର ଓ ବିଶେଷଜ୍ଞ ପଦବୀ ରହିଥିବା ବେଳେ ମାତ୍ର 17 ଜଣ ଅଛନ୍ତି । କେବଳ 17 ଜଣ ଡାକ୍ତରଙ୍କୁ ନେଇ ଚାଲିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । 38ଟି ଡାକ୍ତର ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି ।

ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 11 ଜଣ ଡାକ୍ତରଙ୍କ ପଦବୀ ରହିଥିବା ବେଳେ ମାତ୍ର 2 ଜଣ ଅଛନ୍ତି । ବମ୍ପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 11ଟି ଡାକ୍ତର ପଦବୀ ମଧ୍ୟରୁ ଜଣେ ମାତ୍ର ଡାକ୍ତରରେ ଚାଲୁଛି ଡାକ୍ତରଖାନା । ସେହିପରି ତିଳେଇବଣି ଓ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 11ଟି ଡାକ୍ତର ପଦବୀରୁ ମାତ୍ର 2 ଜଣ ଲେଖାଏ ଡାକ୍ତର ଅଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଇମୁରା, କଣ୍ଟାପାଲି, କୁଣ୍ଢେଇଗୋଳା, ରିଆମାଳ ଆଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଡାକ୍ତର ପଦବୀ ରହିଥିବା ବେଳେ, ସମସ୍ତ ପଦବୀ ଖାଲି ପଡିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ବିନା ଡାକ୍ତରରେ ଚାଲିଛି ଏହି ସବୁ ଡାକ୍ତରଖାନା । ଆହୁରି ମଧ୍ୟ, ଜିଲ୍ଲାରେ ମୋଟ 134ଟି ଷ୍ଟାଫନର୍ସ ପଦବୀ ମଧ୍ୟରୁ ମାତ୍ର 50 ଜଣ ଥିବାବେଳେ 84ଟି ପଦ ଖାଲି ପଡିଛି ।

ଜିଲ୍ଲାରେ ଦେଖାଦେଇଥିବା ଡାକ୍ତର ଅଭାବ ଜନିତ ସମସ୍ୟା ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ପଙ୍ଗୁ କରିଦେଇଛି । ଆବଶ୍ୟକ ଡାକ୍ତର ଅଭାବରୁ ସାଧାରଣ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରୋଗ ବ୍ୟାଧିରେ ପଡି ଲୋକେ ବୁର୍ଲା, ସମ୍ବଲପୁର, ରାଉରକେଲା ଓ କଟକ ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଗରିବ ଶ୍ରେଣୀ ଲୋକେ ଅର୍ଥାଭାବରୁ ଚିକିତ୍ସା ପାଇଁ ଦୂରଦୁରାନ୍ତକୁ ଯାଇନପାରି ଚେରିମୂଳି ଓ ଫୁଙ୍କାଝଡ଼ାର ଆଶ୍ରୟ ନେଇ ମୃତ୍ୟୁମୁଖରେ ପଡୁଛନ୍ତି ।

ରାଜ୍ୟରେ ଚାଲିଥିବା 5T ସରକାର ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟି ଚାଲିଛନ୍ତି । ହେଲେ ଏଯାଏଁ ବିକାଶର ଆଲୁଅ ଛୁଇଁପାରି ନଥିବା ବଣପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସରକାରଙ୍କ ବାହ୍ୟସ୍ପଟକୁ ପଦାରେ ପକାଇ ଦେଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.