ETV Bharat / state

କଚ୍ଛପ ଗତିରେ ଚାଲିଛି ପୋଲ ନିର୍ମାଣ କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

author img

By

Published : Jun 2, 2021, 7:55 AM IST

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ଟାଇଁସିରା ଗାଁରୁ ମାଦଳିଆ ଗାଁକୁ ଯାତାୟତରେ ପ୍ରତିବନ୍ଧକ ସାଜିଛି ଯୌତୁକ ନାଳ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଚଳିତ ବର୍ଷ ବର୍ଷା ଋତୁ ପୂର୍ବରୁ ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

କଛପ ଗତିରେ ଚାଲିଛି ପୋଲ ନିର୍ମାଣ କାମ
କଛପ ଗତିରେ ଚାଲିଛି ପୋଲ ନିର୍ମାଣ କାମ

ଦେବଗଡ: ବର୍ଷ ପରେ ବର୍ଷ ବିତିଯାଉଛି । ହେଲେ ସମାପ୍ତ ହୋଇପାରୁନି ପୋଲ ନିର୍ମାଣ କାମ । ସେପଟେ ପୋଲଟିଏ ନଥିବାରୁ ଯାତାୟତରେ ଅସୁବିଧା ଭୋଗୁଛନ୍ତି ଆଖପାଖ 15 ଟି ଗ୍ରାମର ଜନସାଧାରଣ ।

କଛପ ଗତିରେ ଚାଲିଛି ପୋଲ ନିର୍ମାଣ କାମ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ଟାଇଁସିରା ଗାଁରୁ ମାଦଳିଆ ଗାଁକୁ ଯାତାୟତରେ ପ୍ରତିବନ୍ଧକ ସାଜିଛି ଯୌତୁକ ନାଳ । ଏହି ଯୌତୁକ ନାଳରେ ବନ୍ୟା ଆସିବା ଫଳରେ ବର୍ଷା ଋତୁରେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସରୁଆଳି, ଟାଇଁସିରା, ମାଦଳିଆ, ରେଙ୍ଗାଳି ଆଦି 15 ଖଣ୍ଡ ଗ୍ରାମର ଲୋକେ ।

ଏହାକୁ ଦୃଷ୍ଟିରେ ରଖି ସରକାର ଗତ 2018-19 ମସିହାରେ ବିଜୁ ସେତୁ ଯୋଜନାରେ ଯୌତୁକ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ପାଇଁ 3 କୋଟି 18 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଦେବଗଡ଼ ଜିଲ୍ଲାର ଏକ ଠିକା ସଂସ୍ଥା ଏହି ଟେଣ୍ଡର ପାଇଁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଏଗ୍ରିମେଣ୍ଟ ଅନୁଯାୟୀ, ଏହି ପୋଲର ନିର୍ମାଣ କାର୍ଯ୍ୟ ଗତ 2020 ମସିହାରେ ସମାପ୍ତ ହେବା କଥା । ମାତ୍ର କ୍ଷୋଭର ବିଷୟ ଏହା ଯେ, ନିର୍ଦ୍ଧାରିତ ସମୟ ଠାରୁ ଦୀର୍ଘମାସ ବିତିଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନାହିଁ ।

ସମ୍ପୃକ୍ତ ଠିକାସଂସ୍ଥାର ବେପରୁଆ ମନୋଭାବ ଓ ଠିକାଦାରଙ୍କ ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ରହିଥିବା ଅହେତୁକ ଅନୁକମ୍ପା କାରଣରୁ ପୋଲ ନିର୍ମାଣରେ ଅଯଥା ବିଳମ୍ବ ପରିଲକ୍ଷିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି ।

ସେପଟେ, ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ ହେଉନଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ 15 ଖଣ୍ଡ ଗ୍ରାମର ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଚଳିତ ବର୍ଷ ବର୍ଷା ଋତୁ ପୂର୍ବରୁ ପୋଲ ନିର୍ମାଣ କାର୍ଯ୍ୟ ସମାପ୍ତ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.