ଭୁବନେଶ୍ବର: ବିଡିଓଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା । ଗିରଫ ହେଲେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଆଜି ବିଧାୟକ ସୁବାସ ଚନ୍ଦ୍ରଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ । ବିଧାୟକଙ୍କ ସହ ତାଙ୍କର 3 ଜଣ ସହଯୋଗୀଙ୍କୁ ମଧ୍ୟ କମିଶନରେଟ ପୋଲିସ ସହାୟତାରେ ଗିରଫ କରାଯାଇଛି । ସୁବାସ ଓ ତାଙ୍କ ସହଯୋଗୀଙ୍କୁ ଭୁବନେଶ୍ୱରର କ୍ୱାର୍ଟରରୁ ଗିରଫ ହୋଇଛନ୍ତି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।
ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । କ୍ଷେତ୍ର ପରିଦର୍ଶନ(field visit) କରିବାକୁ ଯାଇଥିବା ବେଳେ ବିଡ଼ିଓଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ