ଦେବଗଡ: ଦେଶରେ ଦିନକୁ ଦିନ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି ବହୁ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମାହାମାରୀର ମୁକାବିଲା କରିବାକୁ ଅନେକ ଲୋକ ଅର୍ଥ ଦାନ କରୁଛନ୍ତି । ତେବେ ଏବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।
![aa](https://etvbharatimages.akamaized.net/etvbharat/prod-images/6570407_corona11.jpg)
ଏନେଇ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଏକ ପତ୍ର ଲେଖି ନିଜ ଦରମାରୁ 1 ଲକ୍ଷ ଟଙ୍କା ଲେଖାଏଁ କୋରୋନା ସହାୟତା ରାଶି ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ଦେବଗଡ଼ ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ନେଇ ବିଧାୟକ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ପରିସ୍ଥିତି ଓ ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଆଇସୋଲେସନ ୱାର୍ଡକୁ ବୁଲି ଦେଖିଛନ୍ତି । ଏଥିସହିତ ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରି ଲୋକଙ୍କୁ କୋରୋନା ସଂକ୍ରମଣରୁ ରକ୍ଷା କରିବାକୁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ କରିଆସୁଛନ୍ତି । ତାଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ