ETV Bharat / state

ମିଲରର ମନମାନୀ, ମଣ୍ଡିରେ ପଡିଛି 500 କ୍ବିଣ୍ଟାଲ ଧାନ

author img

By

Published : Jan 22, 2020, 11:58 PM IST

ଦେବଗଡରେ ଧାନ କ୍ରୟ ନେଇ ମିଲରର ମନମୁଖୀ କାର୍ଯ୍ୟକଳାପକୁ ଚାଷୀଙ୍କ ବିରୋଧ । ହୋଇ ପାରିଲାନି ଧାନ ବିକ୍ରି । ମଣ୍ଡିରେ ପଡିରହିଛି ଶହ ଶହ କ୍ବିଣ୍ଟାଲ ଧାନ । ଅଧିକ ପଢ଼ନ୍ତୁ...

deogarh farmer, oppose monopoly of miller, paddy procurement,  deogarh, ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ, ଦେବଗଡ଼ ଚାଷୀ
ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ

ଦେବଗଡ଼: ଧାନ କ୍ରୟରେ ମିଲରର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମଣ୍ଡିରେ ଦୁଇଦିନ ହେଲା ଖୋଲା ଆକାଶ ତଳେ ପଡିରହିଛି ଶହଶହ କ୍ବିଣ୍ଟାଲ ଧାନ । ନିଜର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ବିକ୍ରି କରି ନପାରି ଶୀତ କାକରରେ ଜଗି ରହିଛନ୍ତି ଚାଷୀକୁଳ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଗାଙ୍ଗନଣ ସେବା ସମବାୟ ସମିତିରେ ।

ମଣ୍ଡିରେ ପଡ଼ିଛି 500 କ୍ବିଣ୍ଟାଲ ଧାନ, ମିଲର କରୁଛି ମନମୂଖୀ ଶାସନ

ସୂଚନାରୁ ଅନୁସାରେ, ମଙ୍ଗଳବାର ଗାଙ୍ଗନଣ ସେବା ସମବାୟ ସମିତିରୁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିବାକୁ ଆସିଥିଲେ । ମାତ୍ର ଏହି ମଣ୍ଡିରୁ ଧାନ କ୍ରୟ କରୁଥିବା ଜିଲ୍ଲାର ମହାଲକ୍ଷ୍ମୀ ରାଇସମିଲ କର୍ତ୍ତୃପକ୍ଷ ଖରାପ ଧାନ ଦର୍ଶାଇ କ୍ବିଣ୍ଟାଲ ପ୍ରତି ତିନି କିଲୋ ଲେଖାଏଁ ଧାନ କାଟି କ୍ରୟ କରିବାକୁ ସମବାୟ ସମିତି ସେକ୍ରେଟେରୀଙ୍କୁ କାଳେ ନିର୍ଦ୍ଦେଶ ଦେଇଥିଲେ । ରାଇସମିଲ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ସମବାୟ ସଂସ୍ଥା ସେକ୍ରେଟାରୀ ଚାଷୀଙ୍କ ଠାରୁ ସିଧାସଳଖ କ୍ବିଣ୍ଟାଲ ପ୍ରତି ତିନିକିଲୋ ଲେଖାଏଁ ଧାନ କାଟିଥିଲେ । ଏହାକୁ ଚାଷୀମାନେ ତୀବ୍ର ବିରୋଧ କରି ଧାନ ବିକ୍ରି କରିବାକୁ ମନା କରି ଦେଇଥିଲେ । ଫଳରେ ଗାଙ୍ଗନଣ ସେବା ସମବାୟ ସମିତିରେ ଦୁଇଦିନ ହେଲା ଧାନ କ୍ରୟ ବନ୍ଦ ରହିବା ସହିତ ଖୋଲା ଆକାଶ ତଳେ ପାଞ୍ଚଶହ କ୍ବିଣ୍ଟାଲରୁ ଅଧିକ ଧାନ ପଡିରହିଛି ।

ସେପଟେ ଚାଷୀ ମାନେ ଧାନ ବିକ୍ରି କରିନପାରି ନିଜନିଜ ଧାନକୁ ଗଡ଼ାକରି ଜଗି ରହିଛନ୍ତି । ଇତି ମଧ୍ୟରେ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ସମ୍ପୃକ୍ତ ମିଲ ମାଲିକ ସହିତ ଜିଲ୍ଲା ପ୍ରଶାସନର ସୁସମ୍ପର୍କ ଓ ସଲାସୁତରା ରହିଥିବାରୁ ପ୍ରଶାସନ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି । ଏନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଆକାଶ ମେଘାଛନ୍ନ ଥିବାବେଳେ ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହିଛି । ପୁଣି ଏ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ହାତୀ ଧାନ ଖାଇଯିବାର ମଧ୍ୟ ଭୟ ରହିଛି । ଏଭଳି ପରିସ୍ଥିତି ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀକୂଳ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:ଧାନ କ୍ରୟ ରେ ମିଲର ର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମଣ୍ଡି ରେ ଦୁଇଦିନ ହେଲା ଖୋଲା ଆକାଶ ତଳେ ପଡିରହିଛି ଶହଶହ କ୍ୱିଣ୍ଟାଲ ଧାନ । ନିଜର କଷ୍ଟ ଉପାର୍ଜିତ ଧାନ କୁ ମଣ୍ଡି ରେ ବିକ୍ରି କରିନପାରି ଶୀତ କାକର ରେ ଜଗି ରହିଛନ୍ତି ଚାଷୀକୁଳ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଗାଙ୍ଗନଣ ସେବା ସମବାୟ ସମିତି ରେ ।

Body:ସୂଚନାରୁ ପ୍ରକାଶ ଯେ , ଗତକାଲି ମଙ୍ଗଳବାର ଗାଙ୍ଗନଣ ସେବା ସମବାୟ ସମିତି ରୁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିବାକୁ ଆସିଥିଲେ । ମାତ୍ର ଏହି ମଣ୍ଡି ରୁ ଧାନ କ୍ରୟ କରୁଥିବା ଜିଲ୍ଲା ର ମହାଲକ୍ଷ୍ମୀ ରାଇସମିଲ କତ୍ତୃପକ୍ଷ ଖରାପ ଧାନ ଦର୍ଶାଇ କ୍ୱିଣ୍ଟାଲ ପ୍ରତି ତିନିକିଲୋ ଲେଖାଏଁ ଧାନ କାଟି କ୍ରୟ କରିବାକୁ ସମବାୟ ସମିତି ସେକ୍ରେଟେରୀ ଙ୍କୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ। ରାଇସମିଲ କତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ମୁତାବକ ସମବାୟ ସଂସ୍ଥା ସେକ୍ରେଟାରୀ ଚାଷୀ ଙ୍କ ଠାରୁ ସିଧାସଳଖ କ୍ୱିଣ୍ଟାଲ ପ୍ରତି ତିନିକିଲୋ ଲେଖାଏଁ ଧାନ କାଟିଥିଲେ । ଏହାକୁ ଚାଷୀ ମାନେ ତୀବ୍ର ବିରୋଧ କରି ଧାନ ବିକ୍ରି କରିବାକୁ ମନା କରି ଦେଇଥିଲେ । ଫଳରେ ଗାଙ୍ଗନଣ ସେବା ସମବାୟ ସମିତି ରେ ଦୁଇଦିନ ହେଲା ଧାନ କ୍ରୟ ବନ୍ଦ ରହିବା ସହିତ ଖୋଲା ଆକାଶ ତଳେ ପାଞ୍ଚଶହ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ୱ ଧାନ ପଡିରହିଛି । ବିଚରା ଚାଷୀକୁଳ ଧାନ ବିକ୍ରି କରିନପାରି ନିଜନିଜ ଧାନ କୁ ଗଡ଼ାକରି ଜଗି ରହିଛନ୍ତି । ଇତିମଧ୍ୟରେ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ସମ୍ପୃକ୍ତ ମିଲ ମାଲିକ ସହିତ ଜିଲ୍ଲା ପ୍ରଶାସନ ର ସୁସମ୍ପର୍କ ଓ ସଲାସୁତରା ରହିଥିବାରୁ ପ୍ରଶାସନ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି । ଏନେଇ ଚାଷୀ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Conclusion:ସେପଟେ ଆକାଶ ମେଘାଛନ୍ନ ଥିବାବେଳେ ଆଗାମୀ ଦିନରେ ବର୍ଷାର ସମ୍ଭାବନା ରହିଛି । ପୁଣି ଏ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ, ହାତୀ ଧାନ ଖାଇଯିବାର ମଧ୍ୟ ଭୟ ରହିଛି । ଏଭଳି ପରିସ୍ଥିତି ଚାଷୀକୁଳ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀକୁଳ ଦାବି କରିଛନ୍ତି ।

Byte 1 - ହରିଶ୍ଚନ୍ଦ୍ର ସ୍ୱାଇଁ ( ସଭାପତି , ଗାଙ୍ଗନଣ ସେବା ସମବାୟ ସମିତି )
Byte 2 - ତୀର୍ଥବାସୀ ଗଡନାୟକ ( ଚାଷୀ )

ଦେବଗଡ଼ ରୁ ସରୋଜ ଶତପଥୀ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.