ETV Bharat / state

49 ନମ୍ବର ଏନ୍‌ଏଚରେ ଟୋଲ ଟ୍ୟାକ୍ସ ଛାଡ଼ ପାଇଁ ତେଜିଲା ଜନ ଆନ୍ଦୋଳନ

ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟକୁ କେନ୍ଦ୍ର କରି ବୃଦ୍ଧି ପାଇବାରେ ଲାଗିଛି ଜନ ଅସନ୍ତୋଷ । ତେବେ ଜିଲ୍ଲାବାସୀଙ୍କଠାରୁ ଟୋଲ ଟ୍ୟାକ୍ସ ଛାଡ଼ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 12, 2021, 12:42 PM IST

49 ନମ୍ବର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଛାଡ଼ ପାଇଁ ତେଜିଲା ଜନ ଆନ୍ଦୋଳନ

ଦେବଗଡ଼: ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟକୁ କେନ୍ଦ୍ର କରି ବୃଦ୍ଧି ପାଇବାରେ ଲାଗିଛି ଜନ ଅସନ୍ତୋଷ । ଜିଲ୍ଲାବାସୀଙ୍କ ଠାରୁ ଟୋଲ ଟ୍ୟାକ୍ସ ଛାଡ଼ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ।

ତେବେ ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଛି ମୁମ୍ବାଇ-କୋଲକାତା 49 ନମ୍ବର ଜାତୀୟ ରାଜପଥ । ଏହି ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ, ଗତ କିଛିଦିନ ହେଲା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦରଠାରେ ଟୋଲଗେଟ ବସାଇ ଯାନ ବାହାନଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ଚଳାଚଳ କରୁଥିବା ସ୍ଥାନୀୟ ଯାନବାହନଠାରୁ ମଧ୍ୟ ମୋଟା ଅଙ୍କର ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ଫଳରେ କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଯାତାୟତ କରୁଥିବା ଜିଲ୍ଲାବାସୀ ଅଯଥା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଜିଲ୍ଲାବାସୀ । ଅନ୍ତତଃ ଜିଲ୍ଲାବାସୀଙ୍କୁ ଏହି ଟୋଲ ଟ୍ୟାକ୍ସରୁ ବାଦ ଦିଆଯିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ।

ଏହି ମର୍ମରେ ଗତକାଲି(ଶୁକ୍ରବାର) ସ୍ଥାନୀୟ ପ୍ରଧାନପାଟସ୍ଥିତ ବସନ୍ତ ନିବାସଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳୀୟ ନେତୃବୃନ୍ଦଙ୍କ ସହିତ ବିଭିନ୍ନ ନାଗରିକ ସଂଗଠନ, ବୁଦ୍ଧିଜୀବୀ ଏବଂ ଓକିଲ ସଂଘ ସାମିଲ ହୋଇ ସ୍ଥାନୀୟ ଯାନବାହନଠାରୁ ଟୋଲ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ଼ କରାଯିବାକୁ ଦାବି କରିଥିଲେ । ଏହି ମର୍ମରେ ( NHAI ) ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଓ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ ଯାନବାହନ ଠାରୁ ଟୋଲ ଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ଼ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆସନ୍ତା 30 ତାରିଖ ସୁଦ୍ଧା ଏହାର କୌଣସି ଆଶୁ ସମାଧାନ କରାନଗଲେ ଜିଲ୍ଲାବ୍ୟାପୀ ବ୍ୟାପକ ଜନ ଆନ୍ଦୋଳନ କରାଯିବାକୁ ବିଭିନ୍ନ ରାଜନୈତିକ ଦଳ ଓ ନାଗରିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.