ETV Bharat / state

ଡକାୟତି ଯୋଜନା ହେଲା ପଣ୍ଡ, ଗିରଫ ହେଲେ 6 ଡକାୟତ

ଡକାୟତି ଯୋଜନା ହେଲା ପଣ୍ଡ । ବଡ ଧରଣର ଡକାୟତି କରିବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଯୋଜନା କରୁଥିବା ବେଳେ ଗ୍ୟାଙ୍ଗ୍‌ର 6 ଜଣଙ୍କୁ କାବୁ କଲା ଦେବଗଡ଼ ପୋଲିସ । ଅଧିକ ପଢନ୍ତୁ

dacoit gang arrested
dacoit gang arrested
author img

By

Published : Mar 14, 2023, 10:05 AM IST

ଡକାୟତି ଯୋଜନା ହେଲା ପଣ୍ଡ

ଦେବଗଡ: ରାଜ୍ୟରେ ଦିନକୁ ଦିନ ବଢି ଚଲିଛି ଅପରାଧ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ହତ୍ୟା, ଲୁଟ, ଦଙ୍ଗା ଭଳି କାଣ୍ଡ ଘଟାଇ ଚାଲିଛନ୍ତି ଅପରାଧୀ । ପୋଲିସ ମଧ୍ୟ ଏହାକୁ ରୋକିବା ନେଇ ଅନେକ ପଦକ୍ଷେପ ନେଉଛି । ଏହି କ୍ରମରେ ଦେବଗଡ଼ ସାମନ୍ତରାପାଲି ଗ୍ରାମ ନିକଟରେ ବଡ ଧରଣର ଡକାୟତି କରିବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଯୋଜନା କରୁଥିଲା ଏକ ଡକାୟତି ଗ୍ୟାଙ୍ଗ। ଗତକାଲି ବିଳମ୍ବିତ ରାତ୍ରିରେ ଦେବଗଡ଼ ଆଦର୍ଶ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗର 6 ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗରେ 2ଜଣ ନାବାଳକ ଥିବା ମଧ୍ୟ ଜଣାପଡିଛି ।

ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତ୍ରିରେ ସାମନ୍ତରାପାଲି ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ କଡରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟସ୍ଥ ପଡିଆରେ ମାରଣାସ୍ତ୍ର ସହ କେତେକ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ଏନେଇ ବିଶ୍ୱସ୍ତ୍ର ସୂତ୍ରରୁ ସୂଚନା ପାଇଥିଲା ଦେବଗଡ଼ ପୋଲିସ । ଖବର ପାଇ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ଏସଆଇ ରୁଦ୍ର ନାରାୟଣ ପ୍ରଧାନ ସଦଳବଳ ଧରି ସେଠାରେ ଚଢ଼ାଉ କରିବା ସହ ସେଠାରେ ମଦ୍ୟପାନ କରୁଥିବା 6 ସନ୍ଦିଗ୍ଧଙ୍କୁ କାବୁ କରିଥିଲେ । ସେମାନଙ୍କ ମଧ୍ୟରେ 2ଜଣ ନାବାଳକ ଥିବା ବେଳେ ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଏସିଡ ଭର୍ତ୍ତି ବୋତଲ, ମଦ ବୋତଲ ସହ ଦୁଇଟି ଲୁହା ଛଡ଼, ଗୋଟିଏ ଭୁଜାଲି , ପ୍ଲାଷ୍ଟିକ ରସି ଓ 7ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ।

ସେହିପରି ସେମାନେ ଏଠାକୁ ଆସିବା ବେଳେ ଭୁବନେଶ୍ୱରରୁ ଏକ ସ୍କୁଟି ଓ ତାଳଚେର ଅଞ୍ଚଳରୁ ଲୁଟି ଆଣିଥିବା ଏକ ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା ବେଳେ ସେମାନେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ପଣ୍ଡିଆପଥର ଗ୍ରାମର ବାବୁଲା ଦାଶ, ଏ ସନ୍ତୋଷ ଓ ମରିଡମ ନଗରର ଏ ବିକାଶ, ବୁଗୁଡ଼ା ଥାନାଞ୍ଚଳର ଶିବ ଚୌଧୁରୀ ଓ ପି .କ୍ରିଷ୍ଣା ରାଓ, ଏବଂ ସୋରଡ଼ା ଥାନା କଇଥପାଲି ସାହିର ସନ୍ତୋଷ ଦାସ ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁଟ ଓ ଡକାୟତି କରୁଥିବା ବେଳେ ସେମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ସାଙ୍ଗୀନ ଅପରାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି l

ତେବେ ଏନେଇ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ଦଫା 120 B/399/402/326B / 379 & 411ରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେହିପରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । ସେପଟେ ବିଗତ କିଛିମାସ ହେଲା ଦେବଗଡ଼ ଜିଲ୍ଲାରେ ଲୁଟ ଓ ଡକାୟତି ମାମଲା ବୃଦ୍ଧି ପାଉଥିବା ବେଳେ ଏହି ଡକାୟତ ଗ୍ୟାଙ୍ଗ ଗିରଫ ପରେ ସାଧାରଣରେ ଆସ୍ୱସ୍ତି ପ୍ରକାଶ ପାଇଛି । ତେବେ ଏହି ଗ୍ୟାଙ୍ଗରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏନେଇ ପୋଲିସ ଅଧିକ ତନାଘନା ଆରମ୍ଭ କରିଥିବା ସୂଚନା ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.