ETV Bharat / state

ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ବାଧାପ୍ରାପ୍ତ ଚାଷକାର୍ଯ୍ୟ, ଗଜା ମରୁଡି ଆଶଙ୍କାରେ ଆତଙ୍କିତ ଚାଷୀକୂଳ - low rainfall

ଦେବଗଡ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ବାଧାପ୍ରାପ୍ତ ଚାଷକାର୍ଯ୍ୟ, ଗଜା ମରୁଡି ଆଶଙ୍କାରେ ଆତଙ୍କିତ ଚାଷୀକୁଳ

author img

By

Published : Jul 19, 2021, 3:03 PM IST

ଦେବଗଡ଼: ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଦେବଗଡ଼ ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି ଚାଷକାର୍ଯ୍ୟ । ବର୍ଷାଭାଵରୁ କେତେକ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ବେଳେ ଆଉ କେତେକ ସ୍ଥାନରେ ମାଟି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ରୁଆ ବିହୁଡା କାର୍ଯ୍ୟ ସରିଥିବା ବେଳେ ଗଜା ମରୁଡି ଆଶଙ୍କାରେ ଚାଷୀକୁଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ବାଧାପ୍ରାପ୍ତ ଚାଷକାର୍ଯ୍ୟ, ଗଜା ମରୁଡି ଆଶଙ୍କାରେ ଆତଙ୍କିତ ଚାଷୀକୁଳ

କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ ଚଳିତ ବର୍ଷ ଜୁନ ମାସରେ ମୌସୁମୀ ବର୍ଷା ଆଗମନକୁ ଦେଖି ଚାଷୀକୁଳ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରୁଆ ବିହୁଡ଼ା କାର୍ଯ୍ୟ ଆଗେଇ ଚାଲିଥିଲା । ମାତ୍ର ଜୁଲାଇ ମାସ ପ୍ରାରମ୍ଭରୁ ଜିଲ୍ଲାରୁ ହଠାତ ବର୍ଷା ଗାଏବ ହୋଇଯାଇଛି । ଫଳରେ ରୁଆ ବିହୁଡ଼ା କାର୍ଯ୍ୟ ସରିଥିବା ଜମି ବର୍ଷାଭାଵରୁ ଫାଟି ଆଁ କଲାଣି । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଚାଷକାର୍ଯ୍ୟ ଆଗେଇ ପାରିନି ।

ସୂଚନା ଅନୁଯାରେ ଜିଲ୍ଲାରେ ମୋଟ 66 ହଜାର 690 ହେକ୍ଟର ଚାଷଜମି ମଧ୍ୟରୁ 34 ହଜାର 500 ହେକ୍ଟର ଚାଷଜମିରେ ଧାନଚାଷ ହୋଇଥିବା ବେଳେ 32 ହଜାର 450 ହେକ୍ଟର ଜମିରେ ଅଣ ଧାନଚାଷ ହୋଇଥାଏ । ଏହି ଚାଷ କାର୍ଯ୍ୟ ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରିଥାଏ । ମାତ୍ର ଚଳିତ ବର୍ଷ ଜୁନ ମାସରେ 242.4 ମିଲିମିଟର ବର୍ଷା ବଦଳରେ ମାତ୍ର 195.33 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ସେହିପରି ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା 447.7 ମିଲିମିଟର ବର୍ଷା ବଦଳରେ ମାତ୍ର 99.43 ମିଲିମିଟର ବର୍ଷା ହୋଇଛି । ଯାହାକି ଆବଶ୍ୟକତା ଠାରୁ ଢେର କମ । ଫଳରେ ଜିଲ୍ଲାରେ ଗଜା ମରୁଡିର ଆଶଙ୍କା ଦେଖା ଦେଇଥିବାରୁ ଏହା ଚାଷୀକୁଳଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଗାମୀ କିଛିଦିନ ମଧ୍ୟରେ ଜିଲ୍ଲାରେ ଆଶାନୁରୂପ ବୃଷ୍ଟିପାତ ନହେଲେ ପରିସ୍ଥିତି ଅଧିକ ଜଟିଳ ହେବାର ସନ୍ଦେହ କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.