ETV Bharat / state

ଦେବଗଡ଼ରେ ଖୋଲିଲା ସ୍ବତନ୍ତ୍ର କୋଭିଡ-19 ସ୍ୱାସ୍ଥ୍ୟକେନ୍ଦ୍ର - କୋରୋନା ଭାଇରସ ଖବର

ଦେବଗଡ ଜିଲ୍ଲାରେ କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ଲକ୍ଷରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକ୍ନିକ ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ - 19 ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।

covid19 hospital open in deogarh
ଦେବଗଡ଼ ଖୋଲିଲା ସ୍ବତନ୍ତ୍ର କୋଭିଡ -19 ସ୍ୱାସ୍ଥ୍ୟକେନ୍ଦ୍ର
author img

By

Published : Apr 14, 2020, 2:17 PM IST

ଦେବଗଡ: ଜିଲ୍ଲାରେ କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ଲକ୍ଷରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ପଲିଟେକ୍ନିକ ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-19 ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।

ଦେବଗଡ଼ ଖୋଲିଲା ସ୍ବତନ୍ତ୍ର କୋଭିଡ -19 ସ୍ୱାସ୍ଥ୍ୟକେନ୍ଦ୍ର

ଏହି କୋଭିଡ ହସପିଟାଲରେ ମୋଟ 210 ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ କୋରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି । ସେଠାରେ ଆବଶ୍ୟକ ଅକ୍ସିଜେନ ସପୋର୍ଟ ସିଷ୍ଟମ , ଡାକ୍ତର , ସ୍ବାସ୍ଥ୍ୟକର୍ମୀ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜିଲାରେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲାପାଳ ସୁଧାଂଶୁ ମୋହନ ସାମଲ ଏହାର ସମୀକ୍ଷା କରିଛନ୍ତି । ସେହିପରି ଏସ.ପି. ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ ବିଭାଗ ପକ୍ଷରୁ ଲକଡାଉନ ପ୍ରକ୍ରିୟାକୁ କଡ଼ାକଡି ଭାବେ ପାଳନ କରାଯିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 16 ତାରିଖ ଠାରୁ ଅପ୍ରେଲ 11 ତାରିଖ ମଧ୍ୟରେ ଜିଲ୍ଲାକୁ ବାହାର ଅଞ୍ଚଳରୁ1595 ଜଣ ଆସିଥିବା ବେଳେ , ସେମାନଙ୍କ ମଧ୍ୟରୁ 2 ଜଣ ବିଦେଶରୁ ଆସିଛନ୍ତି ଓ 869 ଜଣ ବାହାର ରାଜ୍ୟରୁ ଆସିଛନ୍ତି । ସେହିପରି 724 ଜଣ ଅନ୍ୟ ଜିଲାରୁ ଆସିଥିବା ସରକାରୀ ତଥ୍ୟରୁ ଜଣାଯାଇଛି । ଏମାନଙ୍କ ସମ୍ପର୍କରେ ତଥ୍ୟ ମିଳିବା ପରେ ହୋମ କ୍ବାରେଣ୍ଟାଇନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.