ETV Bharat / state

କୋରୋନା ମୁକାବିଲା: ଦେବଗଡ ଜିଲ୍ଲାରେ 56 ନମୁନା ନେଗେଟିଭ

author img

By

Published : Apr 25, 2020, 7:45 PM IST

Updated : Apr 25, 2020, 8:09 PM IST

ଦେବଗଡ ଜିଲ୍ଲାରୁ ଗୁରୁବାର 19ଟି ସ୍ବାବ ପରୀକ୍ଷଣ ପାଇଁ ପଠାଯାଇ ଥିବାବେଳେ ଶୁକ୍ରବାର ଆଉ 20ଟି ନମୁନା ପଠାଯିବା ପାଇଁ ସଂଗ୍ରହ କରାଯାଇଛି । ଆଶ୍ବସନାର ବିଷୟ ଯେ, ଦେବଗଡ ଜିଲ୍ଲାରୁ ଏପଯ୍ୟନ୍ତ ପରୀକ୍ଷଣ ପାଇଁ ପଠାଯାଇଥିବା 56 ଟି ସ୍ବାବ ନମୁନାର ରିପୋର୍ଟ ନେଗେଟିଭ ଆସିଛି ।

କରୋନା ମୁକାବିଲା : ଦେବଗଡ ଜିଲ୍ଲାରେ 56 ନମୁନା ନେଗେଟିଭ

ଦେବଗଡ: କୋରୋନା ସଂକ୍ରମଣର ମୁକାବିଲା ପାଇଁ ଦେବଗଡ ଜିଲ୍ଲା ପ୍ରଶାସନ ବେଶ୍‌ ତତ୍ପର ଥିବାବେଳେ, ଲକଡାଉନ ପ୍ରକ୍ରିୟାକୁ କଡାକଡି ଭାବେ ପାଳନ କରାଯିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଜିଲ୍ଲାରୁ ଗୁରୁବାର 19ଟି ସ୍ବାବ ପରୀକ୍ଷଣ ପାଇଁ ପଠାଯାଇ ଥିବାବେଳେ ଶୁକ୍ରବାର ଆଉ 20ଟି ନମୁନା ପଠାଯିବା ପାଇଁ ସଂଗ୍ରହ କରାଯାଇଛି । ଆଶ୍ବସନାର ବିଷୟ ଯେ, ଦେବଗଡ ଜିଲ୍ଲାରୁ ଏପଯ୍ୟନ୍ତ ପରୀକ୍ଷଣ ପାଇଁ ପଠାଯାଇଥିବା 56 ଟି ସ୍ବାବ ନମୁନାର ରିପୋର୍ଟ ନେଗେଟିଭ ଆସିଛି ।

ନା ମୁକାବିଲା: ଦେବଗଡ ଜିଲ୍ଲାରେ 56 ନମୁନା ନେଗେଟିଭ

ଜିଲ୍ଲାରେ ଗତ 23 ତାରିଖ ଦିନ ନୂତନ ଭାବରେ 46 ଜଣ ବ୍ୟକ୍ତି ଜିଲ୍ଲାକୁ ଆସିଥିବା ବେଳେ, ସେଥିମଧ୍ୟରୁ 42 ଜଣ ବାହାର ଜିଲ୍ଲାରୁ ଓ 4 ଜଣ ବାହାର ରାଜ୍ୟରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ରିଆମାଳ ବ୍ଲକକୁ 12 ଜଣ, ବାରକୋଟ ବ୍ଲକକୁ 10 ଜଣ ତିଳେଇବଣି ବ୍ଲକକୁ 7 ଜଣ ଏବଂ ଦେବଗଡ ପୌରାଞ୍ଚଳକୁ 13 ଜଣ ଆସିଥିବା ଜଣାଯାଇଛି । ଏପର୍ଯ୍ୟନ୍ତ ଜିଲ୍ଲାକୁ ବାହାର ସ୍ଥାନରୁ ମୋଟ 2235 ଜଣ ଫେରିଛନ୍ତି ।

ଗତ23 ତାରିଖ ସୁଦ୍ଧା 1596ଜଣ ସେମାନଙ୍କ କ୍ବାରେନଣ୍ଟିନ ଅବଧି ଶେଷ କରିଥିବାବେଳେ ବର୍ତ୍ତମାନ 538 ଜଣ କ୍ବାରେନଣ୍ଟିନରେ ଥିବା ସ୍ବାସ୍ଥ୍ୟବିଭାଗ ସୂତ୍ରରୁ ଜଣାଯାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Apr 25, 2020, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.