ETV Bharat / state

ବିତିଗଲାଣି 50 ବର୍ଷ, ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ

author img

By

Published : Aug 14, 2021, 5:36 PM IST

ଦୀର୍ଘ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ଶେଷ ହୋଇନି ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ବିତିଗଲାଣି 50 ବର୍ଷ, ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ
ବିତିଗଲାଣି 50 ବର୍ଷ, ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟ

ଦେବଗଡ଼: ଦୀର୍ଘ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ସରୁନି ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ । ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ହେଉଥିବା କାରଣରୁ ଦୀର୍ଘ 50 ବର୍ଷ ପୂର୍ବରୁ ପ୍ରସ୍ତାବିତ ଏହି ରେଳପଥର ନିର୍ମାଣ କାର୍ଯ୍ୟ ଶେଷକୁ ନେଇ ଜନସାଧାରଣରେ ସୃଷ୍ଟି ହୋଇଛି ସନ୍ଦେହ ।

ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗୀକରଣ କରିବା ଲକ୍ଷ୍ୟରେ ଗତ 1971 ମସିହାରେ ପ୍ରସ୍ତାବିତ ହୋଇଥିଲା ଏହି ପ୍ରକଳ୍ପ । ଏହି ତାଳଚେର-ବିମଳାଗଡ଼ ରେଳପଥକୁ ଗତ 2003 ମସିହାରେ ସରକାରୀ ମଞ୍ଜୁରୀ ମଧ୍ୟ ମିଳିସାରିଛି । ମୋଟ 154 କିଲୋମିଟର ନୂତନ ରେଳପଥର ନିର୍ମାଣ ପାଇଁ 1928 କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ କରାଯାଇଛି । ମାତ୍ର ଏହି ପ୍ରସ୍ତାବିତ ରେଳପଥକୁ ଦୀର୍ଘ 50 ବର୍ଷ ପୁରିବାକୁ ବସିଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ତ୍ଵରାନ୍ବିତ ହୋଇପାରିନାହିଁ ।

ଅଦ୍ୟାବଧି କେବଳ ତାଳଚେର-ସୁନାଖଣି ପର୍ଯ୍ୟନ୍ତ 20 କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡିଛି । ସମ୍ପୂର୍ଣ୍ଣ ରେଳପଥ ପାଇଁ ଆବଶ୍ୟକ 916 ଏକର ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଏହି ରେଳପଥ କାର୍ଯ୍ୟ ତ୍ଵରାନ୍ବିତ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।

ଏହି ରେଳପଥ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୋଳ ଆଦି ୩ଟି ଜିଲ୍ଲାକୁ ସଂଯୋଗ କରୁଥିବାବେଳେ, ପୂର୍ବରୁ ରେଳ ଯୋଗାଯୋଗ ନଥିବା ଦେବଗଡ଼ ଜିଲ୍ଲାର 21ଟି ଗ୍ରାମକୁ ଅତିକ୍ରମ କରୁଛି । ଏଣୁ ଏହି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ଏକ ଅନୁନ୍ନତ ଜିଲ୍ଲା ଭାବେ ପରିଗଣିତ ଦେବଗଡ଼ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ଜିଲ୍ଲାବାସୀ ବହୁବର୍ଷରୁ ଆଶାବାନ୍ଧି ବସିଛନ୍ତି ।

ମାତ୍ର ଏତେ ବର୍ଷ ପରେ ମଧ୍ୟ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବାରୁ ଏହା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ଏହାସହିତ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଇ ରେଳପଥ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମାପ୍ତ କରାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଜିଲ୍ଲାବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.