ETV Bharat / state

ବର୍ଷେ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା, ଖୋଲା ପଡିଆ ଲୋକଙ୍କ ଭରସା

author img

By

Published : Jan 12, 2020, 2:54 PM IST

ଦେବଗଡ ପୌର ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାରରେ ବର୍ଷ ବର୍ଷ ଧରି ଝୁଲୁଛି ତାଲା । ଅଧିକ ପଢନ୍ତୁ....

swatch bharat abhiyan
ବର୍ଷେ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା, ଖୋଲା ପଡିଆ ଲୋକଙ୍କ ଭରଷା

ଦେବଗଡ଼: ସହରକୁ ବାହ୍ୟ ମଳମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ପୌର ପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଛି ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାର । ମାତ୍ର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ମାସ ମାସ ଧରି ଏହି ଶୌଚାଳୟରେ ତାଲା ଝୁଲୁଥିବା ଘଟଣା ସାମନାକୁ ଆସିଛି । ଦେବଗଡ ପୌର ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ (ଆରସିଏମଏସ ସାହି )ରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ବର୍ଷେ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା, ଖୋଲା ପଡିଆ ଲୋକଙ୍କ ଭରଷା

ଏଠାରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ପୌର ପରିଷଦ ପକ୍ଷରୁ ଗତ ୨୦୧୭-୧୮ ମସିହାରେ ସରକାରଙ୍କ ଉନ୍ନତି ଯୋଜନା ମାଧ୍ୟମରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଥିଲା ଏକ 'ଆମ ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାର '। ଏହି ଶୌଚାଳୟଟି ନିର୍ମାଣ ହେବା ପରେ ମାତ୍ର ଅଳ୍ପ କିଛିଦିନ ୱାର୍ଡବାସୀଙ୍କ ପାଇଁ ଖୋଲା ରହିଥିଲା। ୱାର୍ଡବାସୀ ଏହାକୁ ନିୟମିତ ବ୍ୟବହାର କରି ଆସୁଥିଲେ । ମାତ୍ର ଆଜକୁ ଦୀର୍ଘ ଏକ ବର୍ଷ ହେଲା ଏହି ଗୋଷ୍ଠୀ ଶୌଚାଳୟ ସ୍ନାନାଗାରରେ ଝୁଲୁଛି ତାଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହା ୱାର୍ଡବାସୀଙ୍କ ବ୍ୟବହାରରେ ନ ଆସି ପରିତ୍ୟକ୍ତ ଭାବେ ପଡି ରହିଛି । ଫଳରେ ଏନେଇ ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ, ୱାର୍ଡବାସୀ ପୂର୍ବରୁ ଶୌଚ ପାଇଁ ଯେଭଳି ପଦାକୁ ଯାଉଥିଲେ ବର୍ତ୍ତମାନ ମଧ୍ୟ ବାଧ୍ୟ ହୋଇ ସେଭଳି ପଦାକୁ ଯାଉଥିବା ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ଏହି ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାରଟି ଦୀର୍ଘ ସମୟ ଧରି ବନ୍ଦ ରହିଛି ଏହାର ସଠିକ କାରଣ କିଛି ଜଣାପଡୁନାହିଁ । ଏ ସମ୍ପର୍କରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କୁ ପଚରାଯିବାରୁ ସେ କିଛି କହିବାକୁ ମନା କରି ଦେଇଛନ୍ତି । ଏଥିରୁ ଦେବଗଡ଼ ସହରକୁ ସ୍ଵଚ୍ଛ ଓ ବାହ୍ୟ ମଳମୁକ୍ତ ରଖିବା ପାଇଁ ପୌର କର୍ତ୍ତୃପକ୍ଷ ଯେ କେଡେ ତତ୍ପର, ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ସହରକୁ ବାହ୍ୟ ମଳମୁକ୍ତ ସହର ଭାବେ ଗଢି ତୋଳିବା ମହତ ଲକ୍ଷରେ ପୌର ପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଛି ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାର । ମାତ୍ର ସମ୍ପୃକ୍ତ କତ୍ତୃପକ୍ଷ ଙ୍କ ଚରମ ଅବହେଳା କାରଣରୁ ମାସମାସ ଧରି ତାଲା ଝୁଲୁଛି ଏହି ଶୌଚାଳୟ ରେ । ବାହ୍ୟ ମଳମୁକ୍ତ ଘୋଷିତ ଦେବଗଡ଼ ସହର ର ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ପୋୖରାଞ୍ଚଳ ର ୧୦ ନମ୍ବର ୱାର୍ଡରେ ।

Body:ଦେବଗଡ଼ ପୋୖର ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ (ଆର ସି ଏମ ଏସ ସାହି ) ରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ପୌର ପରିଷଦ ପକ୍ଷରୁ ଗତ ୨୦୧୭-୧୮ ମସିହା ରେ ସରକାର ଙ୍କ ଉନ୍ନତି ଯୋଜନା ମାଧ୍ୟମରେ ୬ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଥିଲା ଏକ 'ଆମ ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାର '। ଏହି ଶୌଚାଳୟ ଟି ନିର୍ମାଣ ହେବା ପରେ ମାତ୍ର ଅଳ୍ପ କିଛିଦିନ ୱାର୍ଡ ବାସୀ ଙ୍କ ପାଇଁ ଖୋଲା ରହିଥିଲା । ୱାର୍ଡ ବାସୀ ଏହାକୁ ନିୟମିତ ବ୍ୟବହାର କରି ଆସୁଥିଲେ ।

ମାତ୍ର ଆଜକୁ ଦୀର୍ଘ ଏକବର୍ଷ ହେଲା ଏହି ଗୋଷ୍ଠି ଶୌଚାଳୟ ସ୍ନାନାଗାର ରେ ଝୁଲୁଛି ତାଲା । ବିଭାଗୀୟ କତ୍ତୃପକ୍ଷ ଙ୍କ ଚରମ ଅବହେଳା କାରଣରୁ ଏହା ୱାର୍ଡ ବାସୀ ଙ୍କ ବ୍ୟବହାର ରେ ନଆସି ପରିତ୍ୟକ୍ତ ଭାବେ ପଡିରହିଛି । ଫଳରେ ଏନେଇ ୱାର୍ଡ ବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ , ୱାର୍ଡ ବାସୀ ପୂର୍ବରୁ ଶୌଚ ପାଇଁ ଯେଭଳି ପଦାକୁ ଯାଉଥିଲେ ବର୍ତ୍ତମାନ ମଧ୍ୟ ବାଧ୍ୟହୋଇ ସେଭଳି ପଦାକୁ ଯାଉଥିବା ପ୍ରକାଶ କରିଛନ୍ତି ।

Conclusion:ତେବେ , କୋଉଁ କାରଣରୁ ଏହି ଗୋଷ୍ଠି ଶୌଚାଳୟ ଓ ସ୍ନାନାଗାର ଟି ଦୀର୍ଘ ସମୟ ଧରି ବନ୍ଦ ରହିଛି ? ଏହାର ସଠିକ କାରଣ କିଛି ଜଣାପଡୁନାହିଁ । ଏ ସମ୍ପର୍କରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କୁ ପଚରା ଯିବାରୁ ସେ କିଛି କହିବାକୁ ମନା କରି ଦେଇଛନ୍ତି । ଏଥିରୁ ଦେବଗଡ଼ ସହରକୁ ସ୍ଵଛ ଓ ବାହ୍ୟ ମଳମୁକ୍ତ ରଖିବା ପାଇଁ ପୌର କତ୍ତୃପକ୍ଷ ଯେ କେଡେ ତତ୍ପର, ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।

Byte 1 - ସୀତା ପାତ୍ର ( ୱାର୍ଡ ବାସୀ )
Byte 2 - ସୁରେଶ ମୁଖୀ ( ୱାର୍ଡ ବାସୀ )

ଦେବଗଡ଼ ରୁ ସରୋଜ ଶତପଥୀ ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.