ETV Bharat / state

କଟକରେ ନାହିଁ କୋରୋନା ବିପଦ: ଜିଲ୍ଲାପାଳ - collector reaction on corona status

କଟକରେ କୋରୋନା କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାରେ ପରିସ୍ଥିତି ଚିନ୍ତାଜନକ ନଥିବା କହିଛନ୍ତି ଜିଲ୍ଲାପାଳ ।

‘କଟକରେ ନାହିଁ କୋରୋନା ବିପଦ’
‘କଟକରେ ନାହିଁ କୋରୋନା ବିପଦ’
author img

By

Published : Jul 1, 2020, 2:57 PM IST

କଟକ: କଟକରେ କାୟା ବିସ୍ତାର କରୁଛି କୋରୋନା । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଟପିଲାଣି । ପ୍ରତ୍ୟେକ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଜିଲ୍ଲାରେ ୩୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨୫ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି ।

‘କଟକରେ ନାହିଁ କୋରୋନା ବିପଦ’

ଏଭଳି ସ୍ଥିତିରେ ଜିଲ୍ଲାରେ କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ତେବେ କଟକ ଜିଲ୍ଲାରେ କୋରୋନା ସେଭଳି ଚିନ୍ତାଜନକ ନଥିବା କହିଛନ୍ତି ଜିଲ୍ଲାପାଳ । ପ୍ରବାସୀ ଓଡ଼ିଆ ଆସିବା ପରେ ଯେତିକି ସଂକ୍ରମଣ ହେବା ନେଇ ଆଶା କରାଯାଉଥିଲା ସେତିକି ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ମେଡିକାଲ ତଥା ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ଯାତାୟାତ ହେଉଥିବାରୁ ଏପରି ସମସ୍ୟା ଉପୁଜିଥିବା ଜିଲ୍ଲାପାଳ କହିଛନ୍ତି ।

ସେହିପରି ଏଣିକି ସରକାରୀ କାର୍ଯ୍ୟାଳୟରେ ଯେପରି କୋରୋନା ସଂକ୍ରମିତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ପ୍ରତି ସରକାରୀ କାର୍ଯ୍ୟାଳୟରେ ନୋଡାଲ ପ୍ରୋଟୋକଲ ଅଫିସର ନିୟୋଜିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ସରକାରୀ କିମ୍ବା ବେସରକାରୀ ମେଡିକାଲରେ ଏହି ନିୟମ ପାଳନ କରିବାକୁ ମଧ୍ୟ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଡିଏମ ଜେନେରାଲଙ୍କୁ ନୋଡାଲ କୋଭିଡ ପ୍ରୋଟୋକଲ ଅଫିସର ଭାବେ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.