ETV Bharat / state

ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କଲେ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ - କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର

ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଦିବ୍ୟଶଙ୍କର । ଅଧିକ ପଢନ୍ତୁ...

ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କଲେ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ

author img

By

Published : Oct 11, 2021, 10:25 PM IST

ଦେବଗଡ: ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ଏହା ସହ ଶିଳ୍ପ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଅନୁଯାୟୀ ଦେବଗଡ଼କୁ ତେନ୍ତୁଳି ପାଇଁ ବଛାଯାଇଛି । ସେ ଦୃଷ୍ଟିରୁ ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଦିବ୍ୟଶଙ୍କର ।

ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କଲେ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ
ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କଲେ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ

ଦକ୍ଷିଣ ଭାରତରେ ତେନ୍ତୁଳିରୁ ଅନେକ ପ୍ରକାର ଆଚାର, ଚଟଣି ଏପରିକି ଶିଶୁମାନଙ୍କ ରୁଚି ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ ହୁଏ । ଅନୁରୂପ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ତେନ୍ତୁଳିର ଉପଯୁକ୍ତ ବିନିଯୋଗ କରିବା ପାଇଁ ମନ୍ତ୍ରୀ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ନତୁବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କୌଣସି ପ୍ରକାର ଭାରି ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ନପାରିବା କାରଣ ଜାଣିବା ପାଇଁ ସେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଏପରି କି ରାଇସ୍‌ ମିଲ୍‌ ସଂଖ୍ୟା ଦୁଇରୁ ଅଧିକ ନଥିବା ଜାଣି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଦେବଗଡ଼ ଏକ କୃଷି ପ୍ରଧାନ ଜିଲ୍ଲା । ଏଠାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଚାଷ ହେଉଥିବା ସ୍ୱତେ ରାଇସ୍‌ ମିଲ୍‌ ସଂଖ୍ୟା ବୃଦ୍ଧି ନପାଇବା ପରିତାପର ବିଷୟ ବୋଲି ସେ କହିଛନ୍ତି । ତେବେ ସ୍ଥାନୀୟ କଞ୍ଚାମାଲକୁ ନେଇ ଆଗାମୀ ଦିନରେ କିପରି ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିବ ସେ ନେଇ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିକଟରେ ଜିଲ୍ଲାରେ ଏକ ଇଥାନଲ୍‌ କାରଖାନା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ସରିଥିବା ଜାଣି ସେ ଖୁସି ପ୍ରକଟ କରିଛନ୍ତି । ତା’ଛଡ଼ା ଆଉ ଦୁଇଟି ଅତ୍ୟାଧୁନିକ ରାଇସ୍‌ ମିଲ୍‌ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସେ ସମୀକ୍ଷା ବେଳେ ଜାଣିବାକୁ ପାଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପରେ ପିଏମ୍‌ଇଜିବି ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ମସଲ୍‌ ପାୱାର ଜିମ୍‌ ସେ ପରିଦର୍ଶନ କରିଛନ୍ତି । ଏ ଧରଣର କାର୍ଯ୍ୟ ପାଇଁ ଜିମ୍‌ର ପ୍ରତିଷ୍ଠାତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ସମୀକ୍ଷାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ରମେଶ ଚନ୍ଦ୍ର ପଟେଲ୍‌, ଶିଳ୍ପ ବିକାଶ ଅଧିକାରୀ ଚିତ୍ତରଞ୍ଜନ ଗୋଚ୍ଛାୟତ ଓ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.