ETV Bharat / state

ସରୁନି ବସଷ୍ଟାଣ୍ଡ ନିର୍ମାଣ କାମ, ହନ୍ତସନ୍ତ ଲୋକେ

author img

By

Published : Feb 2, 2021, 9:26 PM IST

ଗତ ତିନିବର୍ଷ ହେଲା ଶେଷ ହେଉନାହିଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି । ଅଧିକ ପଢନ୍ତୁ...

ସରୁନି ବସଷ୍ଟାଣ୍ଡ ନିର୍ମାଣ କାମ, ହନ୍ତସନ୍ତ ଲୋକେ
ସରୁନି ବସଷ୍ଟାଣ୍ଡ ନିର୍ମାଣ କାମ, ହନ୍ତସନ୍ତ ଲୋକେ

ଦେବଗଡ: ବର୍ଷ ପରେ ବର୍ଷ ବିତି ଚାଲିଛି, ହେଲେ ଶେଷ ହେଉନି ନୂଆ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ । ସ୍ଥାୟୀ ବସଷ୍ଟାଣ୍ଡ ଖଣ୍ଡିଏ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହକୁମାରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା ।

ରିଆମାଳ ବ୍ଲକ ମହକୁମାରେ ସ୍ଥାୟୀ ବସଷ୍ଟାଣ୍ଡଟିଏ ନାହିଁ । ଗାଁ ଦେଇ ଯାଇଥିବା 53 ନମ୍ବର ରାଜପଥ ଉପରେ ରହିଛି ଅସ୍ଥାୟୀ ବସଷ୍ଟାଣ୍ଡ । ଦୀର୍ଘ ସମୟ ଧରି ରାସ୍ତା ଉପରେ ଯାନବାହନ ଅଟକି ରହୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବା ସହିତ ଯାତ୍ରୀମାନେ ନାହିଁଥିବା ଅସୁବିଧା ଭୋଗୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତ 2018 ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ 40 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ଇତିମଧ୍ୟରେ ଦୀର୍ଘ ତିନିବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନି ।

ସମ୍ପୃକ୍ତ ଠିକାଦାରଙ୍କ ବେପରୁଆ ମନୋଭାବ କାରଣରୁ ନିର୍ଦ୍ଧାରିତ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବା କୁହାଯାଉଛି । ଫଳରେ ନୂଆ ବସଷ୍ଟାଣ୍ଡ ନେଇ ଅଞ୍ଚଳବାସୀ ଦେଖିଥିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପ୍ତ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.