ଦେବଗଡ଼: ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାର ସଫଳ ରୂପାୟନ ପାଇଁ ଅଣ୍ଟା ଭିଡିଛି ବିଜେପି । ତୃଣମୂଳ ସ୍ତରରେ କିଭଳି ଭାବେ ଏହି ଯୋଜନାର ସୁଫଳ ପହଞ୍ଚି ପାରିବ ସେନେଇ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି ମର୍ମରେ ଦେବଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲାର ୩ଟି ବ୍ଲକର କର୍ମୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ବକର୍ମା ଯୋଜନାରେ ସଠିକ ଭାବରେ କିଭଳି ହିତାଧିକାରୀ ଚୟନ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା । ଯୋଜନାର ସଠିକ କ୍ରିୟାନ୍ବୟନ ପାଇଁ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ବନ କରିଥିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ଏହାମଧ୍ୟ ପଢନ୍ତୁ: ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବୌଦ୍ଧ, ଜିଲ୍ଲା ପାଇଁ ଅନୁଦାନ 34.5 କୋଟି
ପିଏମ ବିଶ୍ବକର୍ମା ଯୋଜନାର ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୁଧବାର ଦିନିକିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାର ସଫଳ ରୂପାୟନ ନେଇ କର୍ମୀ ସମ୍ମିଳନୀ କରିଥିଲେ । ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀ ଚୟନ ଉପରେ ଆଲୋଚନା କରାଯାଇଥିଲା । ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯେଉଁଥିରେ ପାରମ୍ପରିକ କାରିଗରମାନଙ୍କୁ ସର୍ବନିମ୍ନ ସୁଧହାରରେ ବନ୍ଧକମୁକ୍ତ ଋଣ ସହାୟତା ଯୋଗାଇ ଦିଆଯିବ । ପାଞ୍ଚ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଏହି ଯୋଜନା ଦ୍ୱାରା ବୁଣାକାର, ସୁନାକାର, ଲୁହାର, ଲଣ୍ଡ୍ରି ଶ୍ରମିକ ଏବଂ ବାରିକଙ୍କ ସମେତ ପାରମ୍ପରିକ କାରିଗର ଓ କାରିଗରଙ୍କ ପ୍ରାୟ ୩୦ ଲକ୍ଷ ପରିବାର ଉପକୃତ ହେବେ ।
ଏହାମଧ୍ୟ ପଢନ୍ତୁ: Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’
ପାରମ୍ପରିକ କାରିଗର ଏବଂ କାରିଗର ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଉତ୍ପାଦ ଏବଂ ସେବାର ଉପଲବ୍ଧତା ଏବଂ ଗୁଣବତ୍ତା ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ବିଶ୍ବକର୍ମା ଯୋଜନାର ସଫଳ ରୂପାୟନ ନେଇ କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ରାଜ୍ୟ ସଂଯୋଜକ ୩୦ ଜିଲ୍ଲା ମଧ୍ୟରୁ ଏଯାବତ୍ ୬ଟି ଜିଲ୍ଲା ବୁଲି ସାରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ୨୪ ଜିଲ୍ଲାକୁ ଯାଇ ଏହି ଯୋଜନାର ସଫଳତା ପାଇଁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଦେବଗଡ଼