କଟକ: ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବିଦ୍ୟୁତ କୁମାର ମିଶ୍ର । ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ମିଶ୍ର ପୂର୍ବରୁ ପୁରୀରେ ଜିଲ୍ଲା ଜଜ୍ ଭାବେ ଦାୟିତ୍ବ ତୁଲାଉଥିଲେ । ସେହିପରି ପ୍ରାଧିକରଣର ସଦସ୍ୟ ସଚିବ ଥିବା ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ମିନାକ୍ଷୀ ଦାସ ଭୁବନେଶ୍ବର ଜିଲ୍ଲାକୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଉଭୟ ଅଧିକାରୀଙ୍କ ବଦଳି ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ