ETV Bharat / state

ଘାଟିରେ ଓଲଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଇଲ ଘାଟିରେ ଓଲଟିଲା ଅଟୋ । ମୃତ୍ୟୁ ମୁଖରୁ ବଞ୍ଚିଗଲେ ଯାତ୍ରୀ । ଅଧିକ ପଢ଼ନ୍ତୁ

ଗଇଲ ଘାଟିରେ ଓଲଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Apr 14, 2022, 8:31 PM IST

ଦେବଗଡ଼ : ଆଜି ସକାଳେ ଦେବଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ଗଇଲ ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପୁରୁଷ, ମହିଳା ଓ ଶିଶୁ ସମେତ ୧୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରାଯିବା ସହିତ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ଗଇଲ ଘାଟିରେ ଓଲଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଗ୍ରାମର ପ୍ରାୟ ୧୫ଜଣ ଯାତ୍ରୀକୁ ନେଇ ଏକ ଅଟୋ କାଳିଆଖମାର ଗ୍ରାମକୁ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିଲା । ତେବେ ଗଇଲୋ ଘାଟି ନିକଟରେ ଉକ୍ତ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

ଗୁରୁତର ଆହତମାନେ ହେଲେ ଗଇଲୋ ଗ୍ରାମର ଚିନ୍ତାମଣି ବାଘ, ଭଗବତୀ ବାଘ, କୁନ୍ତଳା ବାଘ, ସସ୍ମିତା ବାଘ, ମୁନା ସାହୁ, ବିମଳା ବାଘ, ରୁକଣୀ ସାହୁ, ଅମୃତି ବାଘ, ହେମଲତା ବାଘ, ବେଣୁ ବାଘ, ରାଉତରାୟ ଦେହୁରୀ, ସଞ୍ଜୟ ବାଘ, ପ୍ରିୟମ ବାଘ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଟୋରେ ଥିବା ଯାତ୍ରୀମାନେ ମରଣ ମୁହଁରୁ ଅଳ୍ପକେ ରକ୍ଷା ପାଇଥିଲେ ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.