ଦେବଗଡ: ଜିଲ୍ଲା ବାରକୋଟ ରରଞ୍ଜ ଅଧିନ ସଇଡା ମାଙ୍କଡିଆ ବସ୍ତିରେ ବନ ବିଭାଗର ଚଢାଉ । ବସ୍ତିରେ ରହୁଥିବା ରାଜୀବ ଲୋଚନ ପ୍ରଧାନଙ୍କ ଘରେ ଏହି ଚଢାଉ ହୋଇଛି । ଘଟଣାସ୍ଥଳରୁ 87 ଖଣ୍ଡ ଶାଗୁଆନ ପଟା ଜବତ କରାଯିବା ସହ କାରବାରରେ ସମୃକ୍ତ ରାଜୀବ ଲୋଚନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଜବତ ପଟାର ମୂଲ୍ୟ 60 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।
ଗୁରୁବାର ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା । ବାରକୋଟ ରେଞ୍ଜ ଅଧିନ ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ଶାଗୁଆନ ପଟ୍ଟା ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଏଭଳି ଚଢ଼ାଉ କରାଯାଇଥିବା ଜଣାଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ