ETV Bharat / state

ଦେବଗଡ ଜିଲ୍ଲା ଗସ୍ତରେ 5'ଟି' ଟିମ, ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ବ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ରାଜ୍ୟରେ ଭୁଷୁଡି ପଡିଥିବା ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ରାଜ୍ୟ ସରକାର ମୋ ସରକାର ଓ 5ଟି ମାଧ୍ୟମରେ ଜୋରଦାର ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଆଜି ଦେବଗଡ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି 5ଟି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 29, 2019, 3:04 PM IST

ଦେବଗଡ: ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମରେ 5ଟି ସଚିବ ଭିକେ ପାଣ୍ଡିୟାନ ଅର୍ଥ ସଚିବ ଅଶୋକ କୁମାର ମୀନା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ହେଲିକପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସଂପ୍ରତ୍ତି ରାଜ୍ୟ ସରକାରଙ୍କ 5ଟି ସଚିବ ଭିକେ ପାଣ୍ଡିୟାନ ଅନ୍ୟାନ୍ୟ ବରିଷ୍ଠ ସଚିବଙ୍କ ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବାବେଳେ ମଙ୍ଗଳବାର ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ଦେବଗଡରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇନଡୋରରେ ରୋଗୀଙ୍କୁ ଭେଟି ଚିକିତ୍ସାର ମାନ ନେଇ ପଚାରି ବୁଝିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ପରେ ତିନି ବରିଷ୍ଠ ସଚିବ ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି ଅବସରରେ ଦେବଗଡ ସହରର ବରିଷ୍ଠ ନାଗରିକମାନେ ତିନି ବରିଷ୍ଠ ସଚିବଙ୍କୁ ଭେଟି ଦେବଗଡ ଜିଲ୍ଲାର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ଖାସ କରି ସ୍ବାସ୍ଥ୍ୟ ବିଭାଗର ଉନ୍ନତି ପାଇଁ, ବିଭିନ୍ନ ଅତ୍ୟାଧୁନିକ ମେସିନ ସ୍ଥାପନ କରିବାକୁ ବରିଷ୍ଠ ନାଗରିକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତିନି ବରିଷ୍ଠ ସଚିବଙ୍କ ଦେବଗଡ ଜିଲ୍ଲାଗସ୍ତକୁ ନେଇ ଦେବଗଡ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଉପସ୍ଥିତ ଜନତା ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ଦେବଗଡ _
ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର ବରିଷ୍ଠ ସଚିବ ମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି। ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ଓ 5ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ସଂପ୍ରତ୍ତି ରାଜ୍ୟ ସରକାରଙ୍କ 5ଟି ସଚିବ ଭିକେ ପାଣ୍ଡିଆନ୍ ଅନ୍ୟାନ୍ୟ ବରିଷ୍ଠ ସଚିବ ଙ୍କ ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ମଙ୍ଗଳବାର ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ମଙ୍ଗଳବାର ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, 5ଟି ସଚିବ ଭିକେ ପାଣ୍ଡିଆନ୍ ଦେବଗଡ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ତିନି ବରିଷ୍ଠ ସଚିବ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇନଡୋର ରେ ରୋଗୀ ମାନଙ୍କୁ ଭେଟି ଚିକିତ୍ସାରମାନ ନେଇ ପଚାରି ବୁଝିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ ପରେ ତିନି ବରିଷ୍ଠ ସଚିବ ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ ଯାଇ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ।

Body:ଏହି ଅବସରରେ ଦେବଗଡ ସହର ର ବରିଷ୍ଠ ନାଗରିକ ମାନେ ତିନି ବରିଷ୍ଠ ସଚିବ ଙ୍କୁ ଭେଟି ଦେବଗଡ ଜିଲ୍ଲା ର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ଖାସ କରି ସ୍ବାସ୍ଥ୍ୟ ବିଭାଗ ର ଉନ୍ନତି ପାଇଁ, ବିଭିନ୍ନ ଅତ୍ୟାଧୁନିକ ମେସିନ୍ ସ୍ଥାପନ ପାଇଁ ନାଗରିକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
Conclusion: ତିନି ବରିଷ୍ଠ ସଚିବ ଙ୍କ ଦେବଗଡ ଜିଲ୍ଲା ଗସ୍ତ କୁ ନେଇ ଦେବଗଡ ଜିଲ୍ଲା ର ନାଗରିକ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଉପସ୍ଥିତ ଜନତା ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.