ETV Bharat / state

ଘରୋଇ ମିଲରୁ ସରକାରୀ ଚାଉଳ-ଗହମ ଜବତ, ମିଲ୍ ଉପରେ ଜିରୋ କାର୍ଯ୍ୟାନୁଷ୍ଠାନ ଅଭିଯୋଗ

ପୁରୀ ଜିଲ୍ଲା ଚାରିଛକ ନିକଟ ବ୍ରହ୍ମକୁଣ୍ତି ଅଞ୍ଚଳରେ ଥିବା ଏକ ଘରୋଇ ମିଲରୁ ବିପୁଳ ପରିମାଣର ସରକାରୀ ଚାଉଳ-ଗହମ ଜବତ । ଘଟଣାକୁ ୪୮ ଘଣ୍ଟା ବିତିଥିଲେ ସୁଦ୍ଧା ନିଆଯାଇ ନାହିଁ କୌଣସି କାର୍ଯ୍ୟାନୁ୍ଷ୍ଠାନ । ଅଧିକ ପଢନ୍ତୁ

author img

By

Published : Dec 12, 2021, 1:02 PM IST

Updated : Dec 12, 2021, 2:31 PM IST

ଘରୋଇ ମିଲରୁ ସରକାରୀ ଚାଉଳ-ଗହମ ଜବତ, ମିଲ୍ ଉପରେ ଜିରୋ କାର୍ଯ୍ୟାନୁଷ୍ଠାନ ଅଭିଯୋଗ
ଘରୋଇ ମିଲରୁ ସରକାରୀ ଚାଉଳ-ଗହମ ଜବତ, ମିଲ୍ ଉପରେ ଜିରୋ କାର୍ଯ୍ୟାନୁଷ୍ଠାନ ଅଭିଯୋଗ

ନିଆଳି: ଘରୋଇ ମିଲରୁ ସରକାରୀ ଚାଉଳ ଓ ଗହମ ଜବତ । ପୁରୀ ଜିଲ୍ଲା ଚାରିଛକ ନିକଟ ବ୍ରହ୍ମକୁଣ୍ତି ଅଞ୍ଚଳରେ ଥିବା ଏକ ଘରୋଇ ଡାଲି ମିଲରୁ ୨୧୩ ବସ୍ତା ଚାଉଳ ଓ ୫୭ ବସ୍ତା ଗହମ ଜବତ ହୋଇଛି । ହିତାଧିକାରୀ ପାଇଁ ଆସୁଥିବା ସରକାରୀ ଖାଦ୍ୟ ସାମଗ୍ରୀ ମିଲରୁ ଜବତ ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଖାଦ୍ୟ ସାମଗ୍ରୀ ଜବତ ଘଟଣାକୁ ୪୮ ଘଣ୍ଟା ବିତିଗଲାଣି । ମାତ୍ର କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

ଘରୋଇ ମିଲରୁ ସରକାରୀ ଚାଉଳ-ଗହମ ଜବତ

ଗତ କିଛି ବର୍ଷ ହେବ ଏହି ଅଞ୍ଚଳରେ ସରକାରୀ ଚାଉଳ ଓ ଗହମ କଳାବଜାରୀ ହେବା ନେଇ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟିମ୍ ଗଠନ କରାଯାଇଥିଲା ।‌ ପରେ ବ୍ରହ୍ମକୁଣ୍ତିରେ ଥିବା ଏହି ଡାଲି ମିଲ ଉପରେ ଯୋଗାଣ ବିଭାଗ ଚଢାଉ କରିବା ପରେ ଏତେ ପରିମାଣର ଚୋରା ଚାଉଳ ଓ ଗହମ ଜବତ କରାଯାଇଛି । ତେବେ ଏହିସବୁ ସାମଗ୍ରୀ ଜବତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ବରଂ ଘଟଣାକୁ ଚପାଇବା ଓ ରଫାଦଫା ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି ।

ଏନେଇ ନିମାପଡ଼ା ଯୋଗାଣ ବିଭାଗ ଅଧିକାରୀଙ୍କୁ ଆଜି ଫୋନ୍ ଯୋଗେ ପଚରାଯିବାରୁ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି ଏବଂ ଜବତ ହୋଇଥିବା ଚାଉଳ ଓ ଗହମ ସମ୍ପର୍କରେ ଡାଲି ମିଲ୍ ମାଲିକଙ୍କୁ କାଗଜପତ୍ର ମଗାଯାଇଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Dec 12, 2021, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.