ETV Bharat / state

ବିନା ମାଟିରେ ବଞ୍ଚିବ ଗଛ

କଟକର 42ମୌଜାର ବରାଳ ଗ୍ରାମ । ଏଭଳି ଏକ ନିପଟ ମଫସଲ ଗାଁର ଗରିବ ପିଲାଙ୍କୁ ବିନା ଫିସରେ ନୂଆ ଟେକନୋଲୋଜିର ତାଲିମ ଦେଉଛନ୍ତି ସେହି ଗାଁର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ । ନିଜ ଶିକ୍ଷାବୃତ୍ତି ଓ ପୁରସ୍କାର ରାଶିକୁ ଖର୍ଚ୍ଚ କରି ସେ ନିଜ ଘରେ ତିଆରି କରିଛନ୍ତି ଏକ ବିଦ୍ୟାଳୟ । କିନ୍ତୁ ଅର୍ଥ ସାଜିଛି ବାଧକ । ଅଧିକ ପଢନ୍ତୁ...

author img

By

Published : Sep 25, 2019, 12:21 PM IST

ଡିଜାଇନ ଫଟୋ

କଟକ: ଯୁବବସ୍ଥାରେ ସମାଜ ଚିନ୍ତା । କିପରି ନିଜ ନିପଟ ମଫସଲ ଗାଁର ବିକାଶ ହେବ, ଗରିବ ପିଲାମାନେ ଆତ୍ମନିର୍ଭରଶୀଳ ହେବେ ତାହାର ପ୍ରୟାସ । ଏଥିଲାଗି ସେ ବହୁ ବଡ ବଡ ଚାକିରୀକୁ ପାଦରେ ଆଡେଇ ଦେଇଛନ୍ତି । ଏପରିକି ଅର୍ଥଭାବ କାରଣରୁ ନିଜ ଅର୍ଜିତ ଶିକ୍ଷାବୃଦ୍ଧି ଓ ପୁରସ୍କାର ରାଶିକୁ ବି ସେ ଖର୍ଚ୍ଚ କରିବାକୁ ପଛାଇନାହାନ୍ତି । ଏଭଳି ଜଣେ ନିସ୍ବାର୍ଥପର, ପରୋପକାରୀ ଯୁବ ବୈଜ୍ଞାନିକ ହେଲେ ଅନୀଲ ପ୍ରଧାନ । କଟକ ଜିଲ୍ଲା ବୟାଳିଶ ମୌଜାର ବରାଳ ଗ୍ରାମରେ ଥିବା ନିଜ ଘରେ ଏକ ସ୍କୁଲ ଖୋଲି 126 ଛାତ୍ରଛାତ୍ରୀଙ୍କୁ ତାଲିମ ଦେଉଛନ୍ତି ଅନୀଲ । ଏହି ସ୍କୁଲ ର ନାମ ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ଗ୍ରାମୀଣ ନବପ୍ରବର୍ତ୍ତନ ସର୍ବସାଧାରଣ ବିଦ୍ୟାଳୟ।

ବିନା ମାଟିରେ ବଞ୍ଚିବ ଗଛ

ବିନା ଫିସରେ ନୂଆ ଟେକନୋଲୋଜି ଶିକ୍ଷା । ସେ ବି ବହିରେ ନୁହେଁ ଟ୍ୟାବରେ ପଢୁଛନ୍ତି ପିଲାଏ । ଆଫ୍ରନ ପିନ୍ଧି ଏହି କୁନି କୁନି ବୈଜ୍ଞାନିକ ବିନା ମାଟିରେ ଗଛ କିପରି ହେବ ସେ ନେଇ କରୁଛନ୍ତି ଗବେଷଣା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୪ଟି ଲାଇବ୍ରେରୀରେ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା,ଇଞ୍ଜିନିଅରିଂ ଜ୍ଞାନ ଆଦି ପ୍ରୟୋଗରେ ନୂଆ ନୂଆ ଉଦ୍ଭାବନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି କୁନି କୁନି ପିଲା। କେବଳ ସେତିକି ନୁହେଁ , କାମକୁ ସହଜ ଓ ସରଳ କରିବାକୁ ତିଆରି କରୁଛନ୍ତି ହାଇଟେକନୋଲୋଜି ରୋବର୍ଟ । ଚିରାଚରିତ ଶୈଳୀକୁ ବାଏ ବାଏ କରି ଡିଜିଟାଲ ମାଧ୍ୟମରେ ଆଗାମୀ କାଲିର ଭବିଷ୍ୟତୁ ଗଢିବାରେ ଲାଗିଛନ୍ତି ଅନୀଲ । ତେବେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଟଙ୍କା ନଥିବାରୁ ବହୁ ସମସ୍ୟାର ସାମ୍ନା କରୁଛନ୍ତି , ହେଲେ ବି ପ୍ରୟାସ ଜାରି ରଖିଛନ୍ତି ଅନୀଲ ।

୨୦୧୪ ରେ ଅନୀଲ ଇଞ୍ଜିନିୟରିଂ ପାଠ ପଢିଥିଲେ । ତାଙ୍କ ବାପା ଶୁକାନ୍ତ ପ୍ରଧାନ ସିଆରପିଏଫରେ ହାବିଲଦାର ଭାବେ କାମ କରନ୍ତି। ଏବଂ ମା ଜଣେ ଶିକ୍ଷୟତ୍ରୀ। ଅନୀଲଙ୍କ ଏପରି ନିଆରା ଓ ଭିନ୍ନ ନିଶାକୁ ପ୍ରଥମେ ଘର ଲୋକେ ନାପସନ୍ଦ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଅତୁଟ ଆଗ୍ରହ ଦେଖି ଅନୀଲକୁ ସମର୍ଥନ କରିଥିଲେ।

ନିଜ ଭବିଷ୍ୟତ ଚିନ୍ତା ନ କରି ଅନୀଲ ଦେଶ ଭବିଷ୍ୟତ ଗଢିବାକୁ ପଣ କରିଛନ୍ତି । ଏପରି ସ୍ଥିତିରେ ନିଜ ସ୍ବପ୍ନ ସାଧନା ଦିଗରେ ଆଉ ଏକ ପାଦ ଆଗକୁ ବଢିବାକୁ ଦରକାର କେବଳ ଆର୍ଥିକ ସହଯୋଗ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକର ଜଣେ ଯୁବ ବୈଜ୍ଞାନିକ, ସମସ୍ତ ଅଫର ଛାଡି ନିଜ ଗ୍ରାମରେ ଏକ ସ୍କୁଲ ଖୋଲି ଉଦ୍ଭାବନ କରୁଛନ୍ତି କୁନି କୁନି ବୈଜ୍ଞାନିକ।କୁନି କୁନି ପିଲାଙ୍କ ଟ୍ୟାଲେଣ୍ଟ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ବିନା ମାଟିରେ କିପରି ଗଛ ହେବ ତାହା ଗବେଷଣା କରୁଛନ୍ତି ଏହି କୁନି କୁନି ପିଲା।ଆଉ ତାହା କୌଣସି ବହିରୁ ନୁହେଁ ବରଂ ଟ୍ୟାବ ଜରିଆରେ ଶିଖୁଛନ୍ତି ଏଭଳି ଶିକ୍ଷା।

Body:(ଭିଓ -୧) ବହି ପତ୍ର ନାହିଁ, ଟ୍ୟାବ ରେ ଚାଲିଛି ପାଠ ପଢା।କୁନି କୁନି ପିଲା ଯାହାଙ୍କର ବୟସ ୮ ରୁ ୧୨ ବୟସ ମଧ୍ୟରେ ହେବ।ସେମାନେ ପଢିବା ଅପେକ୍ଷା ଅଧିକ କରନ୍ତି ଗବେଷଣା।ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୪ ଟି ଲାଇବ୍ରେରୀ ରେ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା,ଇଞ୍ଜିନିଅରିଂ ଜ୍ଞାନ ଆଦି ପ୍ରୟୋଗରେ ନୂଆ ନୂଆ ଉଦ୍ଭାବନ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି କୁନି କୁନି ପିଲା।କେବଳ ସେତିକି ନୁହେଁ,ବିନା ମାଟିରେ କିପରି ଗଛ ହେବ ତାହାର ଉପରେ ମଧ୍ୟ ଗବେଷଣା ଚଳାଇଛନ୍ତି କୁନି କୁନି ଛାତ୍ର। ସେହିପରି ରୋବର୍ଟ କିପରି ତିଆରି ହେବ ତାହା ମଧ୍ୟ ଚିନ୍ତା କରୁଛନ୍ତି ଏହି କୁନି କୁନି ଛାତ୍ର।

ବାଇଟ - (1) ଛାତ୍ର
ବାଇଟ - (2) ଛାତ୍ର

(ଭିଓ -୨) କୌଣସି ସରକାରୀ ବିଦ୍ୟାଳୟ , କି ବଡ଼ ଇନଷ୍ଟିଚ୍ୟୁଟ ରେ ଏଭଳି ଶିକ୍ଷା ଦିଆଯାଉନାହିଁ। ବରଂ ସମସ୍ତ ଅଫର ଛାଡି ଗ୍ରାମର ଜଣେ ସଫଳ ଯୁବ ବୈଜ୍ଞାନିକ ଏଭଳି ଶିକ୍ଷା ଦେଉଛନ୍ତି।କଟକ ଜିଲ୍ଲା ବୈଲାସୀ ମୌଜା ର ବରାଳ ଗ୍ରାମରେ, ନିଜ ଘରେ ଏକ ସ୍କୁଲ ଖୋଲିଛନ୍ତି ଏହି ଯୁବ ବୈଜ୍ଞାନିକ।ଏହି ସ୍କୁଲ ର ନାମ ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ଗ୍ରାମୀଣ ନବପବର୍ତନ ସର୍ବସାଧାରଣ ବିଦ୍ୟାଳୟ।ସ୍କୁଲ ରେ ପାଖା ପାଖି 124 ଜଣ ଛାତ୍ର ଛାତ୍ରୀ ଙ୍କୁ ଏଭଳି ଶିକ୍ଷା ଦେଉଛନ୍ତି ଉକ୍ତ ଗ୍ରାମର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ।କହିବାକୁ ଗଲେ ମଫସଲ ରେ ବୈଜ୍ଞାନିକ ଫାକ୍ଟ୍ରି ଖୋଲି କୁନିକୁନି ପିଲାଙ୍କୁ ନିଆରା ଓ ନୂଆ ଢଙ୍ଗରେ ପାଠ ପଢ଼ାଇବା ନିଶା ଲାଗିଛି ଏହି ଯୁବ ବୈଜ୍ଞାନିକ ଜଣଙ୍କୁ।ବିନା ବହିରେ ଆଉ ଟ୍ୟାବ ଜରିଆରେ ଶିକ୍ଷା ଦେଉଛନ୍ତି ଅନୀଲ।ଗ୍ରାମର ତଥା ପାଖ ଗ୍ରାମର ଅତି ଗରିବ ପିଲାଙ୍କୁ ଏଭଳି ଶିକ୍ଷା ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳତା କରାଇବା ଲକ୍ଷ୍ୟ ରଖିଛନ୍ତି ଅନୀଲ।କେବଳ ଅର୍ଥ ହିଁ ସାଜିଛି ବାଧକ।

ବାଇଟ - ଅନୀଲ ପ୍ରଧାନ,ଯୁବ ବୈଜ୍ଞାନିକ।

(ଭିଓ - ୩) ଅନୀଲ ଙ୍କ ବାପା ଶୁକାନ୍ତ ପ୍ରଧାନ ସିଆରପିଏଫ ରେ ହାବିଲଦାର ଭାବେ କାମ କରନ୍ତି।ତାଙ୍କ ମା ମଧ୍ୟ ଜଣେ ଶିକ୍ଷୟତ୍ରୀ।
୨୦୧୪ ରେ ଅନୀଲ ଇଂଜିନିୟରିଂ ପାଠ ପଢିବା ଆରମ୍ଭ କରିଥିଲେ।ନିଜେ ପାଉଥିବା ଶିକ୍ଷାବୃତ୍ତି ଓ ପୁରଷ୍କାର ରାଶିକୁ ସାଇତି ରଖି, ନିଜ ଗ୍ରାମରେ ଆରମ୍ଭ କରିଥିଲେ ଏହି ସ୍କୁଲ।ଅନୀଲ ଙ୍କ ଏହି ନିଶା ଦେଖି ଘର ଲୋକ ପ୍ରଥମ ନାପସନ୍ଦ କରିଥିଲେ।ତେବେ ପରବର୍ତ୍ତୀ ସମୟରେ ଅନୀଲ କୁ ସମର୍ଥନ କରିଥିଲେ।ତେବେ ଅନୀଲ ଙ୍କ ଏଭଳି ଚିନ୍ତାଧାରା କୁ ନେଇ ପରିବାର ଲୋକ ଏବେ ବେଶ ଆନନ୍ଦିତ ଓ ଗର୍ବିତ।

ବାଇଟ - (ଅନୀଲ ଙ୍କ ମା)

Conclusion:P T C
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.