କଟକ: ହୋଲି ହେଲା କାଳ। ରଙ୍ଗ ଖେଳି ନଦୀରେ ଗାଧୋଇବା ପାଇଁ ଗଲା ବେଳେ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଦୁଃଖର ଲହରି । ସାଲେପୁର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଘଟିଛି ଏହି ଅଘଟଣ। ହୋଲି ଖେଳି ଚିତ୍ରତୋଳା ନଦୀ ନାଗାମଠ ନିକଟରେ ଗାଧୋଉଥିବା ବେଳେ ଯୁବକ ପାଣିରେ ନିଖୋଜ ହୋଇଯାଇଛନ୍ତି। ପ୍ରଥମେ ସ୍ଥାନୀୟ ଲୋକ ଖୋଜିବା ପରେ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ଏନେଇ ପରେ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛି। ନିଖୋଜ ହୋଇଥିବା ଯୁବକ ହେଲେ ବୁହାଳ ଗାଁର ରାଜ କୁମାର ସେନାପତି ହୋଇଥିବା ବେଳେ ତାଙ୍କ ମୃତଦେହ ଠାବ ହୋଇଛି। ତେବେ ଦୁଇଟି ଟିମ ନଦୀରେ ଖୋଜା ଖୋଜି ଜାରି ରଖିଥିଲେ।
ତେବେ ସୂଚନା ମୁତାବକ, ହୋଲି ଖେଳି ସାରି ତିନି ଜଣ ସାଙ୍ଗ ଦିନ 1ଟା ସମୟରେ ନଦୀରେ ଗାଧୋଉ ଥିବା ବେଳେ ହଠାତ୍ ନଦୀରେ ଭାସି ଯାଇଥିଲେ । ସୂଚନା ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି ଆରମ୍ଭ ହୋଇଥିଲା। ହେଲେ ଏଯାବତ ରାଜା ନିଖୋଜ ରହିଛି। ତେବେ ଗୋଟିଏ ପଟେ ପରିବାର ଦୁଃଖରେ ଲହରି ଖେଳିଥିଲା ବେଳେ ଅନ୍ୟପଟେ ନଦୀ ତଟରେ ଏପରି ଘଟଣା କୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମବାସୀ ।
ସେହିପରି ଅନ୍ୟ ଏକ ଘଟଣାରେ ହୋଲି ଖେଳ ସାରି ନଦୀରେ ଗାଧୋଇବା ବେଳେ ପୁଣି ଏକ ନିଖୋଜ ର ଚିତ୍ର ସମ୍ନାକୁ ଆସିଛି । ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ । ଚୌଦ୍ୱାର ନୂଆ ପାଟଣା ଘାଟରେ ବୁଡି ଜଣେ ନିଖୋଜ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣେ ନିଥଖୋଜ ଅଛନ୍ତି। ତେବେ ନିଖୋଜ ଯୁବକ ହେଲେ ନୂଆପାଟଣା ଗ୍ରାମର ସଞ୍ଜୟ ପରିଡା। ଏନେଇ ଘଟଣାସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବାହିନୀ ଓ କଟକ ଓଡ୍ରାଫ ଟିମ ଖୋଜାଖୋଜି ଜାରି ରଖିଛି ।
ଅନ୍ୟପଟେ ଗତକାଲି କଟକ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ନଦୀକୁ ଗାଧୋଇବା ପାଇଁ ନ ଯିବା କୁ ବାରଣ କରଯାଇ ଥିଲା। କାରଣ ନଦୀ ରେ ଅଧିକ ଜଳ ରହିଥିବାରୁ କୌଣସି ମୁହୂର୍ତ୍ତରେ ଘଟଣା ଘଟି ପାରେ। ହେଲେ ଆଜି ଏହି ଘଟଣା ସାମ୍ନା କୁ ଆସିଛି। ନିଖୋଜ ରାଜ କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ସମସ୍ତ ଟିମ । ରାଜ୍ୟ ଅଗ୍ନିଶମ ଡିଜି ଓ କଟକ ଜିଲ୍ଲା AFO ଏନେଇ ସଚେତନ ଜାରି କରିଥିଲେ। ହେଲେ ଆଜି ଏହି ଅଘଟଣ ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ବର୍ତ୍ତମାନ ସମୟରେ ସନ୍ଧ୍ୟା ହେବାକୁ ଥିଲା ବେଳେ ରାଜା ଏଯାବତ ପାଣିରେ ନିଖୋଜ ରହିଛନ୍ତି ।
ଇଟିଭି ଭାରତ, କଟକ