ETV Bharat / state

ମାଆଙ୍କ ମେଲାଣିରେ ସାମିଲ ହେଲେ ଶତାଧିକ ମହିଳା - ଫିରିଙ୍ଗି ପୂଜା କମିଟିରେ ମାଙ୍କୁ ମେଲାଣି ଦେଲେ ମହିଳା

ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତ ଜନନୀ । କଟକ ଫିରିଙ୍ଗି ବଜାର ପୂଜା କମିଟି ଚଳିତବର୍ଷ ମହାମାୟାଙ୍କ ମେଲାଣି ଶୋଭାଯାତ୍ରା ସମୟରେ ଶହଶହ ମହିଳାଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ମାଙ୍କ ମେଲାଣିରେ ସାମିଲ ହେଲେ ଶତାଧିକ ମହିଳା
ମାଙ୍କ ମେଲାଣିରେ ସାମିଲ ହେଲେ ଶତାଧିକ ମହିଳା
author img

By

Published : Oct 8, 2022, 9:14 AM IST

କଟକ: ସରିଛି ଦଶହରା ଏବେ ବିଦାୟ ନେଇଛନ୍ତି ମାଆ ଦୁର୍ଗା । ସପ୍ତମୀରୁ ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ । ଦଶହରା ପର୍ବ ପାଇଁ ଖ୍ୟାତି ଲାଭ କରିଛି କଟକ ସହର । କୋଭିଡ ମହାମାରୀ କାରଣରୁ ସିଲଭର ସିଟିରେ ଦଶହରା ବଜାର ଫିକା ପଡ଼ିଥିବା ବେଳେ ଚଳିତ ବର୍ଷ ଅଷ୍ଟମୀ ଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା କଟକ ସହର । ତେବେ ଦଶହରା ଶେଷ ହେବା ପରେ ସହରରେ ଆରମ୍ଭ ହୋଇଯାଇଛି ମା'ଙ୍କର ମେଲାଣୀ ଉତ୍ସବ । ଭଳିକି ଭଳି ବଜା ସାଙ୍ଗକୁ ନୃତ୍ୟ ଗୀତରେ ଫାଟି ପଡୁଛି ସହର । ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣୀ ହେଉଛି । ବାଜା ବଜାଇ ଓ ବିରାଟ ପଟୁଆରରେ ମାଆଙ୍କୁ ଦିଆଯାଇଛି ବିଦାୟ । ଏହି ଅବସରରେ ଦୁଲୁକି ଉଠିଥିଲା ଭାଇଚାରାର ସହର କଟକ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ମେଲାଣି ପର୍ବରେ ସାମିଲ ହୋଇଛନ୍ତି ।

ମାଙ୍କ ମେଲାଣିରେ ସାମିଲ ହେଲେ ଶତାଧିକ ମହିଳା

ତେବେ ଏହି ଅବସରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । କଟକ ଫିରିଙ୍ଗି ବଜାର ପୂଜା କମିଟି ଚଳିତବର୍ଷ ମହାମାୟାଙ୍କ ମେଲାଣି ଶୋଭାଯାତ୍ରା ସମୟରେ ଶହଶହ ମହିଳାଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା । ଯେପରି ରଥଯାତ୍ରା ସମୟରେ ବାରିପଦାରେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣନ୍ତି ସେହିପରି କଟକରେ ମଧ୍ୟ ଏହି ନିଆରା ପ୍ରୟାସ ଆରମ୍ଭ କରିଛି ଫିରିଙ୍ଗି ବଜାର ପୂଜା କମିଟି । ଯେପରି କମିଟିରେ ପୁରୁଷ ମାନଙ୍କୁ ଅଧିକ ପୃଷ୍ଠପୋଷକତା ମିଳୁଛି ସେହି ଅନୁସାରେ ମହିଳାମାନେ ମଧ୍ୟ ଏହା ପାଇବାର ଅଧିକାର ରହିଛି । ତେଣୁ ଫିରିଙ୍ଗି ବଜାର ପୂଜା କମିଟି ତରଫରୁ ଏଭଳି ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଯେଉଁଥିରେ ଓଡିଶାବାସୀଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ପ୍ରେରିତ କରିବ । ତେବେ ଆଗାମୀ ଦିନରେ କଟକର ସମସ୍ତ ମଣ୍ଡପରେ ମହିଳା ମାନେ ଆଗେଇ ଆସନ୍ତୁ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ । ତେବେ ଗୁରୁବାର କଟକରେ ଭସାଣି କାର୍ଯ୍ୟକ୍ରମ ହୋଇଥିଲା ବେଳେ ପରମ୍ପରା ଅନୁସାରେ ମାଆଙ୍କୁ ମେଲାଣି ଦେଇଛନ୍ତି କଟକ ଫରିଙ୍ଗି ବଜାର ପୂଜା କମିଟି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.