ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର

author img

By ETV Bharat Odisha Team

Published : Sep 10, 2023, 11:10 AM IST

Updated : Sep 10, 2023, 12:54 PM IST

କଟକ ପେତାପୋଖରୀ ମୁଣ୍ଡା ସାହି ବସ୍ତିରେ ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର । ଗୁରୁତର ଆହତ ମହିଳାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର
ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର
ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର

କଟକ: ପାରିବାରିକ କହଳର କରୁଣ ପରିଣତି । ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ପେତାପୋଖରୀ ମୁଣ୍ଡା ସାହି ବସ୍ତିରେ । ତେବେ ଆହତ ମହିଳା ଜଣଙ୍କ ହେଲେ ମୁଣ୍ଡା ସାହି ବସ୍ତିର ଜୁଳି ସାମଲ ବୋଲି ଜଣାପଡିଛି । ତେବେ ଗୁରୁତର ଆହତ ମହିଳାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଜୁଲି ସାମଲଙ୍କ ସ୍ବାମୀ ସୁବାସ ସାମଲ ଗତକାଲି ରାତିରେ ପାରିବାରିକ କଳହରୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ CRRI ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଆକ୍ରମଣ କରିଥିବା ସ୍ୱାମୀ ସୁବାସକୁ ଅଟକ ରଖିଛି । ତେବେ ମହିଳାଙ୍କ ଦେହରେ ଅଧିକ କ୍ଷତ ରହଥିବାରୁ ମେଡିକାଲରେ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପାରିପାରିକ କଳହ ନା ଛୁରାମାଡ ପଛରେ ରହିଛି ଅନ୍ୟ କିଛି କାରଣ । ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ଚାଞ୍ଚଲ୍ୟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ଏହା ମଧ୍ୟ ପଢନ୍ତୁ- ସଇତାନ ସାଜିଲା ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପୋଡ଼ିଦେଲା

ପ୍ରକାଶ ଥାଉକି, ଗତ ମାସରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିଥିଲା ମଦ୍ୟମ ସ୍ବାମୀ। ବଡ଼ ଡାଇଭଟା ଗ୍ରାମର ରବି ଖିଲ ଓ ତାଙ୍କ ସ୍ତ୍ରୀ ସସ୍ମିତା ଖିଲଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଆଉ ଏହି ଗଣ୍ଡଗୋଳ ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିବା ଜଣାପଡିଛି । ରବି ଖିଲ ପ୍ରବଳ ମଦ୍ୟପାନ କରିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହାପରେ ଉତ୍ତ୍ୟକ୍ତ ହୋଇ ଛତା ସାହାଯ୍ୟରେ ପିଟି ପିଟି ସସ୍ମିତାଙ୍କୁ ହତ୍ୟା କରିଥିଲେ। ତେବେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଏନେଇ ସୁରାକ ପାଇଥିଲେ ପଡୋଶୀ । ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜାଣିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରବି ଖିଲକୁ ଅଟକ ରଖିଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

Last Updated : Sep 10, 2023, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.