ETV Bharat / state

SCBରେ ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ୧ କେଜି ଟ୍ୟୁମର

author img

By

Published : Mar 17, 2023, 6:09 PM IST

ବିରଳ ଅସ୍ତ୍ରୋପଚାର କରି ଚିକିତ୍ସା ଦିଗରେ ନୂଆ ରେକର୍ଡ ସୃଷ୍ଟି କଲା କଟକ SCB ମେଡ଼ିକାଲ । ଅଧିକ ପଢ଼ନ୍ତୁ

doctors perform rare surgery at scb medica
ବିରଳ ଅସ୍ତ୍ରୋପଚାରରେ ଏସସିବିକୁ ସଫଳତା
SCBରେ ବିରଳ ଅସ୍ତ୍ରୋପଚାର

କଟକ: ବେକରୁ ବାହାରିଲା ୧ କେଜିର ଟ୍ୟୁମର । ୫ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ମହିଳା । ସଫଳତାର ସହ କଟକ SCB ମେଡ଼ିକାଲ ଏହି ବିରଳ ଅସ୍ତ୍ରୋପଚାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅନ୍ତଶ୍ରାବି (endocrine surgery) ବିଭାଗର ୬ ଜଣିଆ ଡାକ୍ତରୀ ଟିମ ଏହି ଅପରେସନକୁ ସଫଳ କରିଛନ୍ତି । ଯାହା ଫଳରେ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ଦିଗରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ବିଭାଗୀୟ ମୁଖ୍ୟ ଅରୁଣ କୁମାର ମହାନ୍ତିଙ୍କ କହିବାନୁସାରେ, ମହିଳା ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଅନ୍ତଗର୍ତ ବୁର୍ଲା ଅଞ୍ଚଳର ପୁଷ୍ପଲତା ଲେହୁରା । ଦୀର୍ଘ ୨୦୦୭ ମସିହାରେ ତାଙ୍କ ଗଳାରେ ଏକ ବଥ ପରି ଫୁଲିବା ଆରମ୍ଭ ହୋଇଥିଲା । ମାତ୍ର ଏହାକୁ ସେ ଅଣଦେଖା କରିଦେଇଥିଲେ । ୧୩ ବର୍ଷ ଧରି ଏହି ଟିୟୁମର ବେକରେ ରହିଲା ପରେ ଯନ୍ତ୍ରଣା ଭୋଗିଥିଲେ ପୁଷ୍ପଲତା ଲେହୁରା । ଏହାପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସା କରାଇଥିଲେ । ସେତବେଳକୁ ବେକରେ ମାଂସ ପିଣ୍ଡୁଳା ବଢି ଫାଟିବା ଆରମ୍ଭ ହୋଇଥିଲା । ଯାହା ଫଳରେ ରକ୍ତସ୍ରାବ ମଧ୍ଯ ବନ୍ଦ ହେଉ ନଥିଲା । ତେଣୁ ଡାକ୍ତର ତାଙ୍କୁ କଟକ ସ୍ଥିତ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସଙ୍ଗେସଙ୍ଗେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Rare Surgery in SCB: ଓଡ଼ିଶାରେ ପ୍ରଥମ, ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

ସେଠାରେ ମାଗଣାରେ ପୁଷ୍ପଲତାଙ୍କ ପ୍ରାରମ୍ଭିକ ଚିକିତ୍ସା ଓ ଟେଷ୍ଟ ସ୍କାନ କରାଯାଇଥିଲା । ତେବେ ଗତ ୯ ତାରିଖରେ ଏହାର ସଫଳ ଅସ୍ତ୍ରୋପଚାର ଶେଷ ହୋଇଥିଲା । ଏହାପରେ ୭ ଦିନ ଅବଜରଭେସନରେ ରହିବା ପରେ ବର୍ତ୍ତମାନ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖାଇବା, କଥା କହିବାରେ ଆଉ କୌଣସି ଅସୁବିଧାର ସମୁଖୀନ ହେଉନଥିବା ସେ କହିଛନ୍ତି । ତେବେ ଏହି ଅପରେସନ ପାଇଁ ପୁଷ୍ପଲତାଙ୍କୁ କୌଣସି ମୂଲ୍ୟ ଦେବାକୁ ପଡି ନଥିଲା । ତେଣୁ ସେ ରାଜ୍ୟ ସରକାର ଓ ଏସସିବି ବଡ଼ ମେଡିକାଲକୁ ଧନ୍ୟବାଦ ଜଣାଇଛନ୍ତି । ଆଗମୀ ଦିନରେ ଏହି ଭଳି ରୋଗୀମାନଙ୍କ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା SCBରେ ରହିଛି ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ । ତେବେ ଏଭଳି ଅପରେସନକୁ ନଡରି ଏହାର ଚିକିତ୍ସା ସଙ୍ଗେସଙ୍ଗେ କଲେ ଆରୋଗ୍ୟ ନିଶ୍ଚୟ ବୋଲି କହିଛନ୍ତି ଅନ୍ତଶ୍ରାବି ବିଭାଗୀୟ ମୁଖ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.