ETV Bharat / state

Woman Raped In Cuttack: ଜିମ୍‌ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

କଟକ ସିଡିଏ ଅଞ୍ଚଳରେ ଜିମ୍‌ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ଥାନାରେ ଏତଲା ଦେଲା ଯୁବତୀ । ଅଧିକ ପଢନ୍ତୁ

ଜିମ୍‌ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

author img

By

Published : Mar 12, 2023, 7:12 AM IST

Updated : Mar 12, 2023, 2:15 PM IST

Woman Raped In Cuttack

କଟକ: ଜିମ୍‌ରେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ମୃଦୁ ପାନୀୟରେ ନିଶା ପଦାର୍ଥ ମିଶାଇ ପିଇବାକୁ ଦେବା ପରେ ଯୁବତୀଙ୍କ ସହ ଦୁଷ୍କର୍ମ କଲା ଜିମ୍ ମାଲିକ । ଏପରିକି ଦୁଷ୍କର୍ମ ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ବ୍ଲାକମେଲିଂ କରୁଥିଲା ଏବଂ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । କଟକ ସିଡିଏ ସେକ୍ଟର ୯ରେ ଥିବା ଏକ ଜିମ୍‌ରେ ଏହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଯୁବତୀ ଜଣକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜିମ୍‌ର ସିସିଟିଭ ଯାଞ୍ଚ କରିବା ସହ ବିଭିନ୍ନ ଲୋକଙ୍କୁ ପଚାଉଚରା କରାଯାଉଛି ।

ଅଭିଯୋଗ ଅନୁସାରେ, ଉକ୍ତ ମହିଳା ଜଣଙ୍କ ଗତବର୍ଷ ମାର୍ଚ୍ଚ ୨ ତାରିଖ ଦିନ ସେହି ଜିମ୍‌ରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରତିଦିନ ୱାର୍କ ଆଉଟ ଓ ବିଭିନ୍ନ ବ୍ୟାୟାମ କରୁଥିଲେ । କିଛି ଦିନ ପରେ ଯୁବତୀଙ୍କ ପ୍ରତି ଜିମ୍ ମାଲିକ ଚିନ୍ମୟ ସ୍ୱାଇଁଙ୍କ ହାବଭାବରେ ପରିବର୍ତ୍ତନ ଆସିଥିଲା । ସେ ବାରମ୍ବାର ଯୁବତୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ । ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜିମରେ କେଉଁ ବ୍ୟାୟାମ କରିବା ଓ ପ୍ରୋଟିନ ପିଇବା ଆବଶ୍ୟକ ସେନେଇ ରୀତିମତ ପରାମର୍ଶ ଦେଉଥିଲେ ଚିନ୍ମୟ ।

ଗତ ୧୬ ତାରିଖ ଦିନ ଜିମ୍ ସରିବା ପରେ ଚିନ୍ମୟ ଉକ୍ତ ଯୁବତୀଙ୍କୁ ଏନର୍ଜି ପାନୀୟ ଦେଇଥିଲେ । ଯେଉଁଥିରେ ନିଶା ଔଷଧ ମିଶିଥିଲା । ଏହାକୁ ପିଇବାର କିଛି ସମୟରେ ପରେ ଯୁବତୀ ଅଚେତ ହୋଇଯାଇଥିଲେ । ଯାହାର ଫାଇଦା ନେଇ ଜିମ୍ ମାଲିକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତ ଚିନ୍ମୟ ଦୁଷ୍କର୍ମ ସମୟର କିଛି ଫଟୋ ଓ ଭିଡ଼ିଓ ମଧ୍ୟ ନିଜ ମୋବାଇଲରେ କଏଦ କରିଥିଲା । ଏହା ଜରିଆରେ ସେ ବ୍ଲାକମେଲିଂ କରି ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି ।

ଶାରୀରିକ ସମ୍ପର୍କ ପାଇଁ ମନା କଲେ ଫଟୋ ଭିଡ଼ିଓକୁ ତାଙ୍କ ପରିବାରକୁ ଦେଖାଇବା ପାଇଁ ଧମକ ଦେଉଥିଲା ଚିନ୍ମୟ । ତେବେ ଏହି ଘଟଣା ପରେ ଗତବର୍ଷ ଜୁନ ମାସରେ ଅଭିଯୁକ୍ତ ଯୁବତୀଙ୍କୁ ନିଜ ସାଙ୍ଗରେ କାଶ୍ମୀର ନେଇଯାଇଥିଲା । ସେଠାରେ ବ୍ଲାକମେଲିଂ କରି ସେ ଯୁବତୀଙ୍କ ଠାରୁ ଟଙ୍କା ଲୁଟିଥିଲା । ଏହାପରେ ଯୁବତୀଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲା । ଯାହାଫଳରେ ଯୁବତୀ ଚିନ୍ମୟକୁ ମନେଇବା ପାଇଁ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । କିନ୍ତୁ ସେଠାରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ।

ତେଣୁ ନ୍ୟାୟ ପାଇବା ପାଇଁ ପୀଡିତା ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେ ସ୍ଥାନୀୟ ମର୍କତ ନଗର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୧୬୧ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି । ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯିବ । ଅଭିଯୁକ୍ତ ଜିମ୍ ମାଲିକର ଯେଉଁ ମୋବାଇଲରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରହିଛି ତାହାକୁ ପୋଲିସ ଟ୍ରାକ କରୁଛି ।

ଇଟିଭି ଭାରତ, କଟକ

Last Updated : Mar 12, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.