ETV Bharat / state

SCBରେ ଅବହେଳା: କ୍ୟାନସର ହୋଇନି କାଟିଦେଲେ ଅଙ୍ଗ, କେମୋ ଦେଇଥିବା ଅଭିଯୋଗ

author img

By

Published : Jul 29, 2022, 6:59 PM IST

Updated : Jul 29, 2022, 7:42 PM IST

କଟକ ବଡ଼ ମେଡ଼ିକାଲ SCB ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭୁଲ ରିପୋର୍ଟ ଯୋଗୁଁ ରୋଗୀଙ୍କୁ କ୍ୟାନ୍‌ସର ଥିବା କହି ତାଙ୍କ ଅଙ୍ଗ କାଟିଦେଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

SCBରେ ଅବହେଳା: କ୍ୟାନସର ହୋଇନି କାଟିଦେଲେ ଅଙ୍ଗ, କେମୋ ଦେଇଥିବା ଅଭିଯୋଗ
SCBରେ ଅବହେଳା: କ୍ୟାନସର ହୋଇନି କାଟିଦେଲେ ଅଙ୍ଗ, କେମୋ ଦେଇଥିବା ଅଭିଯୋଗ

କଟକ/ଭୁବନେଶ୍ବର: ଜିଲ୍ଲାର ବଡ଼ SCB ମେଡିକାଲ ପାଥୋଲେଜି ବିଭାଗ ବିରୋଧରେ ସାଙ୍ଘାତିକ ଅଭିଯୋଗ । କ୍ୟାନସର ହୋଇନି ହେଲେ ଡାକ୍ତର ରୋଗୀଙ୍କ ଅଙ୍ଗ କାଟିବା ସହ କେମୋ ଦେଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଭୁଲ କ୍ୟାନସର ରିପୋର୍ଟ ପାଇଁ ଅଙ୍ଗ ହରାଇଛନ୍ତି ରୋଗୀ । ଏବେ ତାଙ୍କର ଅବସ୍ଥା ଶୋଚନୀୟ ରହିଥିବା ଜଣାପଡ଼ିଛି ।

SCB ମେଡିକାଲ ପାଥୋଲେଜି ବିଭାଗ ପକ୍ଷରୁ ଜଣେ ରୋଗୀଙ୍କୁ ଦିଆଯାଇଥିବା ବାୟପ୍ସି ରିପୋର୍ଟକୁ ଏହି ଚର୍ଚ୍ଚା ହେଉଛି । ପ୍ରଥମ ବାୟପ୍ସି ରିପୋର୍ଟରେ ରୋଗୀ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଥିବା ବେଳେ ଦ୍ବିତୀୟ ରିପୋର୍ଟରେ କ୍ୟାନସର ନଥିବା ଦର୍ଶାଯାଇଛି । ଫଳସ୍ବରୂପ ପୂର୍ବ ରିପୋର୍ଟ ଆଧାରେ ସମ୍ପୃକ୍ତ ରୋଗୀଙ୍କ କର୍କଟ ରୋଗର ଚିକିତ୍ସା ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ଦ୍ବିତୀୟ ରିପୋର୍ଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରୋଗୀଙ୍କ ପରିବାର ଲୋକେ ।

ମହିଳାଙ୍କ ସ୍ବାସ୍ଥ୍ୟ ରିପୋର୍ଟ
ମହିଳାଙ୍କ ସ୍ବାସ୍ଥ୍ୟ ରିପୋର୍ଟ

ସମ୍ପୃକ୍ତ ରୋଗୀଙ୍କ ବାୟପ୍ସି ରିପୋର୍ଟରେ କ୍ୟାନସର ଚିହ୍ନଟ ହୋଇଛି କିନ୍ତୁ ଦ୍ବିତୀୟ ରିପୋର୍ଟଟି ତୃଟିପୂର୍ଣ୍ଣ ବୋଲି କହିବା ସହ ଏହାକୁ ଟାଇପୋଗ୍ରାଫିକାଲ ଏରର ବୋଲି କହିଛନ୍ତି ଏସସିବି ପାଥେଲୋଜି ବିଭାଗ ମୁଖ୍ୟ । ତେବେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାସିନ୍ଦା ପ୍ରଦୀପ୍ତା ଶତପଥୀ । ମହିଳାଙ୍କ ଛାତିରେ ମାଂସ ବଢିବା ପରେ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସର୍ଜରୀ ବିଭାଗରେ ଅପରେସନ ମଧ୍ୟ ହୋଇଥିଲା । ଅପରେସନ ପରେ ମାଂସ ପରୀକ୍ଷା ପାଇଁ ପାଥୋଲୋଜିକୁ ପଠାଯାଇଥିଲା ।

ମହିଳାଙ୍କ ସ୍ବାସ୍ଥ୍ୟ ରିପୋର୍ଟ
ମହିଳାଙ୍କ ସ୍ବାସ୍ଥ୍ୟ ରିପୋର୍ଟ

ତେବେ ପୂର୍ବ ରିପୋର୍ଟ ଆଧାରରେ ପ୍ରଦୀପ୍ତାଙ୍କ ପରିବାର ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇବା ପରେ ତାଙ୍କର କର୍କଟ ଆକ୍ରନ୍ତ ହୋଇଥିବା ଅଙ୍ଗଟିକୁ ଅପରେସନ କରି କାଟି ଦିଆଯାଇଥିଲା । ଏହା ସହ ତାଙ୍କର କେମୋଥେରାପି ମଧ୍ୟ ଆରମ୍ଭ ହୋଇଯାଇଥିଲା । ତେବେ କୌଣସି କାରଣରୁ ପ୍ରଦୀପ୍ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ବାୟପ୍ସିର ସ୍ଲାଇଡ୍ କୁ ପୁଣି ଥରେ ପରୀକ୍ଷା କରି ରିପୋର୍ଟ ଆଣିବାକୁ କହିଥିଲେ । କିନ୍ତୁ ଏଥର ସେହି ସ୍ଲାଇଡର ପରୀକ୍ଷା ରିପୋର୍ଟଟି ନେଗେଟିଭ ଆସିଛି ।

ଅଭିଯୋଗପତ୍ର
ଅଭିଯୋଗପତ୍ର

ଯାହାକୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିବା ସହ ତାଙ୍କୁ ତୃଟିପୂର୍ଣ୍ଣ ରିପୋର୍ଟ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଯାହା ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏହି ଦିଗରେ ଖବର ପ୍ରସାରିତ ହେବା ପରେ ତତ୍ପରତା ପ୍ରକାଶ କରିଛନ୍ତି SCB କର୍ତ୍ତୃପକ୍ଷ । ପୁରା ଘଟଣା ସମ୍ପର୍କରେ ପାଥେଲାଜି ବିଭାଗକୁ ଲିଖିତ ଭାବେ ଏକ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ କୁହାଯାଇଛି । ଶୀଘ୍ର ଏହି ଦିଗରେ ରିପୋର୍ଟ ହସ୍ତଗତ ହେଲା ପରେ ତମାମ ଦିଗର ସତ୍ୟତା ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଇଟିଭି ଭାରତ, କଟକ ଓ ଭୁବନେଶ୍ବର

Last Updated : Jul 29, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.