ETV Bharat / state

ଲିଫ୍ଟ ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା, ଯୁବତୀଙ୍କ ବୟାନ ରେକର୍ଡ କଲା ପୋଲିସ

ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା । ପ୍ରାଥମିକ ସ୍ତରରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କଟକ ଡିସିପି । ଅଧିକ ପଢ଼ନ୍ତୁ

man attempts to rape woman in cuttack
ଲିଫ୍ଟ ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା
author img

By ETV Bharat Odisha Team

Published : Sep 1, 2023, 6:40 PM IST

ଲିଫ୍ଟ ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା

କଟକ: ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା । ଚୌଦ୍ୱାର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ପ୍ରାଥମିକ ସ୍ତରରେ ଉକ୍ତ ଯୁବତୀଙ୍କ କାଉନସିଲ ଶେଷ ହୋଇଥିବା ସୂଚନା ମିଳିଛି । ଯୁବତୀଙ୍କ ଶରୀରରେ ଅତ୍ୟଧିକ କ୍ଷତ ଥିବାରୁ ତାଙ୍କ ଚିକିତ୍ସା ଦିଗ ଉପରେ ମଧ୍ୟ ନଜର ରଖିଛି ପୋଲିସ । ଖୁବଶୀଘ୍ର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ ପୋଲିସ ଗିରଫ କରିବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ: କଟକରେ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ! ପୋଲିସର ତଦନ୍ତ ଜାରି

ଗତ ବୁଧୁବାର ଦିନ ଟାଙ୍ଗୀ ଥାନା ଓ ଚୌଦ୍ବାର ଥାନା ମଧ୍ୟବର୍ତ୍ତୀ ଅଞ୍ଚଳରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବୁଧୁବାର ଦିନ ଭୁବନେଶ୍ୱର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ । ରାତି ପାଖାପାଖି ୮ଟା ସମୟରେ କଟକ ଆସିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ନେଇ କଟକ ଛାଡ଼ିଦେବେ ବୋଲି କହିଥିଲା । କିଛି ବାଟ ଆସିବା ପରେ କଟକ ମୁଖ୍ୟ ରାସ୍ତାରେ ନଯାଇ ଏକ ଜଙ୍ଗଲ ଅଞ୍ଚଳକୁ ନେବା ବେଳେ ଯୁବତୀ ପ୍ରତିବାଦ କରିଥିଲେ । ତେବେ ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଚଳନ୍ତା ବାଇକ୍‌ରୁ ଠେଲି ଦେଇଥିଲେ ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମୁର୍ମୂଷୁ ଅବସ୍ଥାରେ ଅବସ୍ଥାରେ ଟ୍ରେନରୁ ମହିଳା ପୋଲିସ କର୍ମୀ ଉଦ୍ଧାର

ଯୁବତୀ ଜଣକ ମୁର୍ମୂଷ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଦେଖି ପୋଲିସକୁ ଖବର ଦେଇ ମେଡ଼ିକାଲ ପଠାଇଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଥିଲା । ବର୍ତ୍ତମାନ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଏହି ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ । ଯୁବତୀଙ୍କ ବୟାନ ରେକର୍ଡ ପରେ ଅନେକ କିଛି ସୂଚନା ପୋଲିସ ହସ୍ତଗତ ହୋଇଥିବା ସୂଚନା ରହିଛି । ଖୁବଶୀଘ୍ର ଅଭିଯୁକ୍ତ ଗିରଫ ବୋଲି କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.