କଟକ: ସିଡିଏ ସେକ୍ଟର 9 ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ ଜୋନ କଟକଣା । ଉକ୍ତ ଅଞ୍ଚଳରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁନ ୨୮ ତାରିଖରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା କଟକ ମହାନଗର ନିଗମ ।
ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳର ସମସ୍ତ ଲୋକଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା । କେବଳ ଜଣଙ୍କର ପଜିଟିଭ ବାହାରିଥିଲା । ଅନ୍ୟମାନଙ୍କର ନେଗେଟିଭ ରିପୋର୍ଟ ଆସିବାରୁ କଣ୍ଟେନମେଣ୍ଟ ଜୋନ କଟକଣାକୁ ପ୍ରତ୍ୟାହାର କରାଯାଇଛି । ତେବେ କୌଣସି ସ୍ଥାନୀୟ ସଂକ୍ରମଣ ହୋଇନଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ