ETV Bharat / state

ପ୍ରେମ ବିବାହର କରୁଣ ପରଣତି, ସ୍ବାମୀର ଗଳା କାଟି ଦେଲା ଦ୍ବିତୀୟ ସ୍ତ୍ରୀ

author img

By

Published : Feb 9, 2022, 6:55 PM IST

Updated : Feb 9, 2022, 7:26 PM IST

ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା 4 ନମ୍ବର ୱାର୍ଡ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରା ମାଡରେ ସ୍ଵାମୀର ମୃତ୍ୟୁ । ଅଧିକ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣିତି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

କଟକ: ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା 4 ନମ୍ବର ୱାର୍ଡ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରା ମାଡରେ ସ୍ଵାମୀର ମୃତ୍ୟୁ । ମୃତକ ହେଉଛନ୍ତି ମଙ୍ଗୁଳି ନାଏକ ।

ତେବେ ସ୍ତ୍ରୀ ରୀନା ନାଏକଙ୍କ ସହ କୌଣସି କାରଣକୁ ନେଇ ମୃତ ମଙ୍ଗୁଳିଙ୍କ ମଧ୍ୟରେ ବଚସା ଲାଗିଥିଲା । ଏଥିସହ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କଳହ ଲାଗି ରହୁଥିଲା । ଅନ୍ୟପଟେ କିଛି ଦିନ ତଳେ ମଙ୍ଗୁଳି ନିଜ ପ୍ରଥମ ପତ୍ନୀଙ୍କୁ ଛାଡି ରୀନାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

ପ୍ରେମ ବିବାହର କରୁଣ ପରଣତି, ସ୍ବାମୀର ଗଳା କାଟି ଦେଲା ଦ୍ବିତୀୟ ସ୍ତ୍ରୀ

ଏପଟେ ରୀନା ମଧ୍ୟ ପୂର୍ବରୁ ଏହି ସାହିରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ହେଲେ ରୀନା ଓ ମଙ୍ଗୁଳି କିଛି ଦିନ ହେବ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ବହୁ ସମୟରେ କଳହ ଲାଗି ରହୁଥିଲା ।

ପାରିବାରିକ ଅଶାନ୍ତି ଆଜି ଉଗ୍ର ରୂପ ନେଇଥିଲା । ଶେଷରେ ରୀନା ରାଗରେ ଏକ ଛୁରା ସାହାଯ୍ୟରେ ବେକ ଓ ପେଟକୁ ଆଘାତ କରିବାରୁ ଘଟଣା ସ୍ଥଳରେ ହିଁ ମଙ୍ଗୁଳିର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଆଠଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୀନାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 9, 2022, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.