ETV Bharat / state

ଗରମରେ ଡହଳବିକଳ ଜୀବନ, କଟକକୁ ସାହା ମହାନଦୀ - mahanadi

ପାଣି ପାଇଁ ସବୁଠି ହାହାକାର । ଗରମ ଗୁଳୁଗୁଳିରେ ଡହଳବିକଳ କଟକବାସୀ । ମହାନଦୀ ଏବେ ଏକମାତ୍ର ସାହା ଭରସା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 9, 2019, 2:47 AM IST

କଟକ: ଫନି ମାଡ଼ରେ ହଜି ଯାଇଛି ଆଲୁଅ, ତା'ସହିତ ଦାଉ ସାଧୁଛି ଗରମ ଓ ପାଣି ସମସ୍ୟା । ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏମିତିରେ ଏବେ ମହାନଦୀ କୂଳରେ ଭିଡ ଜମାଇଛନ୍ତି ସହରବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବାତ୍ୟା ଫନି ପରେ 5ରୁ 6ଦିନ ବିତିଥିଲେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସହରରେ ବିଜୁଳି ନାହିଁ । ଫଳରେ ସବୁ ପ୍ରକାର ସମସ୍ୟା ଧୀରେ ଧୀରେ ମୁଣ୍ଡ ଟେକୁଛି । ସେପଟେ ପିଇବା ପାଣିର ସମସ୍ୟା ନକହିବା ଭଲ । ଟୋପେ ପାଣି ପାଇଁ କିଲୋମିଟର କିଲୋମିଟର ବାଟ ଚାଲି ବାଲଟିଏ ପାଣି ଆଣୁଛନ୍ତି । ଗାଧୋଇବା ଓ ଲୁଗା ଧୋଇବା ପାଇଁ ସଭିଏଁ ଏବେ ମହାନଦୀ ମୁହାଁ । ପ୍ରଚଣ୍ଡ ଗରମରେ ମହାନଦୀ ପାଣି ଆସ୍ବସ୍ଥି ଦେଉଛି ଲୋକଙ୍କୁ ।

ତେବେ ପାଣି ସମସ୍ୟା ଶୀଘ୍ର ସମାଧାନ ହେବା ନେଇ ଆଶାବାଦୀ ଅଛନ୍ତି କଟକବାସୀ । ସେତେବେଳେ ଯାଏଁ ଗାଁ ଓ ସହର ସବୁଠି ନଦୀ ହିଁ ଏକମାତ୍ର ସାହାରା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.