କଟକ: ମହାନଦୀ ଓ କାଠଯୋଡ଼ିରେ କମୁଛି ଜଳସ୍ତର । ହୀରାକୁଦ ଜଳ ଭଣ୍ଡାରରୁ ନିଷ୍କାସିତ ଜଳ ସହ ଲଘୁଚାପ ବର୍ଷାଜଳ ମିଶି ନଦୀରେ ପ୍ରବାହିତ ହେଉଛି । ଯଦ୍ବାରା ମୁଣ୍ଡଳୀ ବ୍ୟାରେଜ ଦେଇ ମୋଟ ୪ ଲକ୍ଷ ୫୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ସେଥିରୁ ଅଧା ଜଳ କାଠଯୋଡ଼ିକୁ ଛଡା ଯାଉଥିବା ବେଳେ ବାକି ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି । ତେବେ ୧ ଲକ୍ଷ ୭୦ ହଜାର କ୍ୟୁସେକ ବନ୍ୟାଜଳ ହୀରାକୁଦରୁ ଆସୁଥିବାବେଳେ ପ୍ରାୟ ୨ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ଲଘୁଚାପ ଜନିତ ବର୍ଷା ଜଳ ବୋଲି ନରାଜ ବନ୍ୟା ନିୟନ୍ତ୍ରଣ କକ୍ଷ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଏନେଇ ଜଳ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟଭୀତ ହେବାର କୌଣସି କାରଣ ନଥିବା ସେ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ