ETV Bharat / state

ଭାଙ୍ଗିଲା ବିସର୍ଜନ ପରମ୍ପରା, ଖାଁ ଖାଁ ଦେବୀଗଡା - visarjan ceremony

ପାରମ୍ପରିକ ନାଚ,ଗୀତ ଓ ରଙ୍ଗାରଙ୍ଗ ପରିବେଶରେ ଦୁଲୁକିଥାନ୍ତି କଟକ ସହର । ଏସବୁ ଭିତରେ ମା’ଙ୍କୁ ଦିଆଯାଇଥାନ୍ତା ବିଦାୟ । ହେଲେ ଚଳିତବର୍ଷ ଭାଙ୍ଗିଛି ଦୀର୍ଘ ବର୍ଷର ପରମ୍ପରା।

visarjan-ceremony
ଭାଙ୍ଗିଛି ଦୀର୍ଘ ବର୍ଷର ପରମ୍ପରା
author img

By

Published : Oct 27, 2020, 10:29 PM IST

କଟକ:ଆଜି ବିଦାୟ ନେଉଛନ୍ତି ମା' ଜଗତଜନନୀ। ଚଳିତବର୍ଷ ବିନା ଭକ୍ତ ଆଉ ଶୋଭାଯାତ୍ରାରେ ମାଆଙ୍କ ବିସର୍ଜନ କରାଯାଇଛି। ପ୍ରତ୍ୟକ ବର୍ଷ କେବଳ ଦେବୀଗଡାରେ ସହରର ସମସ୍ତ ମଣ୍ଡପର ବିସର୍ଜନ କରାଯାଏ। କିନ୍ତୁ ଚଳିତବର୍ଷ ସହରର ୧୪ ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇ ମାଙ୍କ ବିସର୍ଜନ କରାଯାଇଛି। ଯାହାକି ଦଶହରା ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବିନା ଭକ୍ତରେ ଏଥର ମାଆଙ୍କ ବିସର୍ଜନ ହୋଇଛି ।

ଭାଙ୍ଗିଛି ଦୀର୍ଘ ବର୍ଷର ପରମ୍ପରା

ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା। ପ୍ରଥମଥର ପାଇଁ କଟକ ସହରରେ ବିନା ଭକ୍ତ ଓ ଶୋଭାଯାତ୍ରାରେ ହେଲା ମୂର୍ତ୍ତି ବିସର୍ଜନ। କେବଳ ସେତିକି ନୁହେଁ, ଦେବୀଗଡାରେ ସହରର ସମସ୍ତ ମଣ୍ଡପର ମୂର୍ତ୍ତି ବିସର୍ଜନର ପରମ୍ପରା ରହିଥିବା ବେଳେ ଚଳିତବର୍ଷ ଏହା ଭଙ୍ଗ ହୋଇଛି। ଭଷାଣ ପାଇଁ ପ୍ରସିଦ୍ଧଲାଭ କରିଥିବା କଟକ ଆଜି ଖାଁ ଖାଁ। ନା ଅଛି ଡ଼ାକବାଜି ଯନ୍ତ୍ର, ନା ପାରମ୍ପରିକ ବାଦ୍ୟ, ନା ଅଛି ଶୋଭାଯାତ୍ରା। ମାତ୍ର ଗୋଟିଏ ଘଣ୍ଟ ବଜାଇ ଚଳିତବର୍ଷ ମୂର୍ତ୍ତି ବିସର୍ଜନ କରାଯାଉଛି। ସେହିପରି ପ୍ରଥମଥର ପାଇଁ ଟଲିରେ ମାଙ୍କୁ ବିସର୍ଜନ ପାଇଁ ନଦୀକୁ ନିଆଯାଉଛି। ତେବେ ମାଙ୍କୁ ମେଲାଣି ଦେବା ଦିନ ସାହି ପରିକ୍ରମା କରାଯିବାର ପରମ୍ପରା ରହିଥିବା ବେଳେ ଚଳିତବର୍ଷ ଏହା ଭଙ୍ଗ ହୋଇଛି।

ମାଆଙ୍କ ବିସର୍ଜନ ଦିନ ସହରରେ ପ୍ରବଳ ଗହଳି ଚହଳି ଲାଗିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତ ଶୋଭାଯାତ୍ରା ଦେଖିବାକୁ ଆସିଥାଆନ୍ତି। ଦେବୀଗଡାରେ ଭଳିକି ଭଳି ବ୍ୟବସାୟ ହୋଇଥାଏ। ବିଶେଷକରି ବାଉଁଶ ତିଆରି ସାମଗ୍ରୀ ରାସ୍ତା ପାର୍ଶ୍ଵରେ ପଡିଥାଏ। ଆଉ ବେପାର ବି ଭଲ ଜମିଥାଏ। କିନ୍ତୁ ଚଳିତବର୍ଷ କୋରୋନା ପାଇଁ ଏହା ପ୍ରଭାବିତ ହୋଇଛି। ପ୍ରତ୍ୟକ ବର୍ଷ ଏହି ବ୍ୟବସାୟୀମାନେ ଭଷାଣ ସମୟରେ ୩୦ ରୁ ୫୦ ହଜାର ଟଙ୍କା ରୋଜଗାର କରିଥାଆନ୍ତି। ମାତ୍ର ଚଳିତବର୍ଷ ବେପାର ପୁରା ମାନ୍ଦା ରହିଥିବା ବ୍ୟବସାୟୀମାନେ କହିଛନ୍ତି।

ଖୁବଶୀଘ୍ର ଆମେ କୋରୋନାରୁ ମୁକ୍ତି ହେବା। ମାତ୍ର ଚଳିତବର୍ଷ ଦଶହରା ସବୁଦିନ ପାଇଁ ମନେ ରହିବ। ଇତିହାସରେ ଲିପିବଦ୍ଧ ହେବ ଚଳିତବର୍ଷ ଦୁର୍ଗାପୂଜା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.