ETV Bharat / state

ବେଆଇନ ବାଲି ଉଠାଣ ବିରୋଧରେ ଗ୍ରାମବାସୀଙ୍କ ଗଣଧାରଣା - ବିଲାଉଠାଣ ବିରୋଧରେ ବିକ୍ଷୋଭ

ବେଆଇନ ବାଲିଉଠାଣ ବିରୋଧରେ ଅନିର୍ଦ୍ଦିଷ୍ଟ ଗଣଧାରଣା ଦେଇଛନ୍ତି ଖଲର୍ଦ୍ଦାବାସୀ । 5 ଦିନରେ ପହଞ୍ଚିଲାଣି ଧାରଣା । ଅଧିକ ପଢନ୍ତୁ

protest against illegal sand mining
ବାଲିଉଠାଣ ବିରୋଧରେ ଗ୍ରାମବାସୀଙ୍କ ବିକ୍ଷୋଭ
author img

By ETV Bharat Odisha Team

Published : Nov 8, 2023, 10:55 AM IST

Updated : Nov 8, 2023, 2:53 PM IST

protest against illegal sand mining

ନିଆଳି: ବେଆଇନ ବାଲିଉଠାଣକୁ ବିରୋଧ । ବାଲି ଉଠାଣ ବିରୋଧରେ 5 ଦିନ ହେବ ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ବାରଙ୍ଗ ତହସିଲ ଅଧିନ କୋରକରା ପଞ୍ଚାୟତସ୍ଥିତ ଖଲର୍ଦ୍ଦା ସରିଚୁଆ ନଦୀ ନିକଟରେ ବେଆଇନ ବାଲିଉଠାଣକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳ ଯାଏଁ ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲାପରିଷଦ ଗ୍ରାମବାସୀଙ୍କ ସହ ଏହି ଧାରଣାରେ ବସିଛନ୍ତି ।

ସରିଚୁଆ ନଦୀ ନିକଟରୁ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରକ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଶହଶହ ବାଲି ବୋଝେଇ ହାଇଓ୍ବା ଯୋଗୁଁ କୋଟିକୋଟି ଟଙ୍କାରେ ନିର୍ମିତ ରାସ୍ତା ଘାଟ ନଷ୍ଟ ହେବା ସହିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ରାସ୍ତାରେ ଯିବା ଆସିବା କରିବା ପାଇଁ ଅସୁବିଧା ଭୋଗୁଛନ୍ତି । ଏପରି କି ବାଲି ବୋଝେଇ ଟ୍ରକ୍‌ ଧକ୍କାରେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଅଭିଯୋଗ ହୋଇଛି । ନଦୀ ପଠାରୁ ବାଲି ଉଠାଣ ଯୋଗୁଁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । କୋରକରାଠାରେ ଥିବା ବାଲିଘାଟକୁ ବିରୋଧ କରି ଗତ 3 ତାରିଖଠାରୁ ଧାରଣା ଦେଇଛନ୍ତି ଗ୍ରାମବାସୀ । ଧାରଣାକୁ 5 ଦିନ ପୁରଣ ହୋଇଥିଲା ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

ଏହା ବି ପଢନ୍ତୁ...ଆଳିରେ ବେଆଇନ ବାଲି ଉଠାଣକୁ ବିରୋଧ: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଧାରଣା ଦେଇଥିବା କୋରକୋରା ସମିତି ସଭ୍ୟ ବେଣୁଧର ମୁଳିଆ କହିଛନ୍ତି,"କୋରକୋରା ବାଲିଘାଟରୁ ବେଆଇନ ଭାବେ ବାଲିଉଠାଣ ହେଉଛି । ଏହାକୁ ବିରୋଧ କରି ଗଣଧାରଣା ଦିଆଯାଇଛି । ସରକାରଙ୍କ ସ୍ଥୀରିକୃତ ଜମିକୁ ଛାଡି ବାଲିଘାଟକୁ ବନ୍ଦ କରିବାକୁ ଧାରଣା ଦେଇଛୁ । ବେଆଇନ ଭାବେ ଗୁଣ୍ଡାଗର୍ଦ୍ଦି ଦେଖାଇ ବାଲି ଚାଲାଣା କରୁଛନ୍ତି । ବାଲିଉଠାଣ ବନ୍ଦ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ।"

ଏହା ବି ପଢନ୍ତୁ...ପୁଣି ମାତିଲେଣି ବାଲି ମାଫିଆ, ବେଆଇନ ବାଲି ଚାଲାଣକୁ ନେଇ ଉତ୍ତେଜନା

ବାଲିଘାଟକୁ ବନ୍ଦ କରିବା ପାଇଁ କଟକ ଜିଲ୍ଲାପାଳ, ଏଡିଏମ୍‌, ସଦର ଥାନା ଆଇଆଇସି, ଆର୍‌ଡିସି, କଟକ ସଦର ଏବଂ ନିଆଳି ବିଧାୟକଙ୍କୁ ସ୍ଥାନୀୟ ଲୋକ ଏବଂ ଧାରଣାଗତ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ପଞ୍ଚମ ଦିନରେ ପହଞ୍ଚିଲାଣି ପ୍ରତିବାଦ ହେଲେ କୌଣସି ସମାଧାନ ବାଟ ବାହିରି ପାରୁନାହିଁ । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ,ନିଆଳି

Last Updated : Nov 8, 2023, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.