ETV Bharat / state

ଅଚିହ୍ନା ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାର୍ଲରରେ ପସି ଯୁବତୀଙ୍କୁ ଛୁରାମାଡ଼ - କଟକ ଯୁବତୀଙ୍କୁ ଛୁରାମାଡ଼

ଦିନ ଦ୍ବିପହରେ ଯୁବତୀଙ୍କୁ ଛୁରାମାଡ଼ । ପାର୍ଲରରେ କାମ କରୁଥିବା ଜଣେ ଯୁବତୀଙ୍କୁ ଛୁରାମାଡ଼ । ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ । ଅଧିକ ପଢ଼ନ୍ତୁ

ଯୁବତୀଙ୍କୁ ଛୁରାମାଡ଼
ଯୁବତୀଙ୍କୁ ଛୁରାମାଡ଼
author img

By ETV Bharat Odisha Team

Published : Sep 10, 2023, 4:29 PM IST

Updated : Sep 10, 2023, 6:31 PM IST

ପାର୍ଲରରେ ପଶି ଯୁବତୀଙ୍କୁ ଛୁରାମାଡ଼

କଟକ: ଦିନକୁ ଦିନ ବଢ଼ୁଛି ଦୃର୍ବୁତ୍ତଙ୍କ ଆତଙ୍କରାଜ। ଦିନ ଦ୍ବିପହରେ ମହିଳାଙ୍କୁ ଛୁରାମାଡ଼ । ପାର୍ଲରରେ କାମ କରୁଥିବା ଜଣେ ମହିଳାଙ୍କୁ ଛୁରାମାଡ଼। ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କଟକରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, କଟକ ତେଲେଙ୍ଗା ବଜାର ଅଞ୍ଚଳର ସୁଚିତ୍ରା ଖଟୁଆ ନାମ ଜଣେ ମହିଳା ଦୀର୍ଘ 8 ବର୍ଷ ହେଲା ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ତେବେ ଆଜି ଦିନ ଦ୍ବିପହର ସମୟରେ ଜଣେ ମାସ୍କ ପିନ୍ଧିଥିବା ଯୁବକ ପାର୍ଲର ଭିତରକୁ ଆସିବା ସହ ସୁଚିତ୍ରାଙ୍କୁ ଛୁରାମାଡ଼ କରିଥିଲା। ଛୁରାମାଡ଼ କରି ଅଭିଯୁକ୍ତ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହାପରେ ଗୁରୁତର ଆହତ ଅବସ୍ଥାରେ ସୁଚିତ୍ରାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.....କଲେଜ ଛାତ୍ରୀଙ୍କୁ ଛୁରାମାଡ଼ ଓ ଅପହରଣ, ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତିକଲା ନିଜେ ଅଭିଯୁକ୍ତ

ସେପଟେ ସୁଚିତ୍ରାଙ୍କୁ ସାନ ଭାଇଙ୍କ କହିବା ମୁତାବିକ, ତାଙ୍କ ଭଉଣୀଙ୍କୁ ଜଣେ ଅଚିହ୍ନା ଯୁବକ ଛୁରାମାଡ଼ କରିବା ପରେ ସୁଚିତ୍ରା ତାଙ୍କୁ ଫୋନ କରି ଘଟଣା ବିସୟରେ ଜଣାଇଥିଲେ। ସଙ୍ଗେ ସଙ୍ଗେ ସେ ଭଉଣୀଙ୍କ ପାଖକୁ ଯିବା ସହ ତାଙ୍କ ପେଟରେ ଛୁରୀ ମରାଯାଇଥିବା ଦେଖିଥିଲେ। ତେବେ ତୁରନ୍ତୁ ଆମ୍ବୁଲାନ୍ସ ଯୋଗେ ସୁଟିତ୍ରାଙ୍କୁ କଟକ SCB ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ସ୍ତରରେ ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯିବା ସହ ସେ ଏବେ ସୁସ୍ଥ ଥିବା ଜଣା ପଡ଼ିଛି। ସେପଟେ କେଉଁ କାରଣରୁ ଅଚିହ୍ନା ଯୁବକ ଜଣଙ୍କ ଛୁରାମାଡ଼ କରିଛି ତାହା ଜଣା ନଥିବା ବେଳେ ତାଙ୍କ ଭଉଣୀଙ୍କର ପୂର୍ବରୁ କାହା ସହ ଶତ୍ରୁକା ମଧ୍ୟ ନଥିବା କହିଛନ୍ତି ସୁଚିତ୍ରାଙ୍କ ସାନ ଭାଇ । ତେବେ ଏନେଇ ପୋଲିସକୁ ସୂଚନା ଦେବା ସହ ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ପୂର୍ବରୁ କର୍ଣ୍ଣାଟକର ଜଣେ 17 ବର୍ଷିୟ କଲେଜ ଛାତ୍ରୀ ପରୀକ୍ଷା ଦେଇ କଲେଜରୁ ଫେରିବା ବେଳେ ଜଣେ ଯୁବକ ତାଙ୍କୁ ଛୁରାମାଡ଼ କରିବା ସହ ଅପହରଣ କରିନେଇଥିଲେ। ତେବେ ଅପହରଣ ପରେ ଯୁବକ ଜଣଙ୍କ ଛାତ୍ରୀ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ବେଳେ ଅଭିଯୁକ୍ତ ଯୁବକକୁ ସେଠାରୁ ପୋଲିସ ଗିରଫ କରିଥିଲା। ତେବେ ଏକତରଫା ପ୍ରେମ ସମ୍ପର୍କକୁ ନେଇ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିବା ପୋଲିସର ତଦନ୍ତରି ଜଣା ପଡ଼ିଥିଲା।

ଏହା ମଧ୍ୟ ପଢ଼ନ୍ତୁ.....କଟକରେ ଯୁବତୀଙ୍କୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ଗିରଫ

ଇଟିଭି ଭାରତ, କଟକ

Last Updated : Sep 10, 2023, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.