ETV Bharat / state

ଆଉ ଜଣେ ବଳରାମ, ଗଢିଲେ କୁନି ରଥରେ ମହମର ଚତୁର୍ଦ୍ଧାମୂର୍ତ୍ତି - କଟକ ସ୍ମୃତି ରଞ୍ଜନ ମହାନ୍ତି

ବଡଦାଣ୍ଡରେ ବଡ ଠାକୁରଙ୍କ 3 ରଥ ଚର୍ମଚକ୍ଷୁରେ ଦେଖିବାକୁ ମିଳିବନି, କିନ୍ତୁ ମୋ ଭାବ ଡୋରୀରେ ଗଡିବ କାଳିଆ ରଥ.. ଦେଖନ୍ତୁ ଜଗାଭକ୍ତ ସ୍ମୃତିଙ୍କ ହାତର ଯାଦୁଗରୀ ..

ଆଉ ଜଣେ ବଳରାମ , ଗଢିଲେ କୁନି ରଥରେ ମହମର ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jun 14, 2021, 8:36 PM IST

କଟକ: କୋଭିଡ ପାଇଁ ପୁରୀ ବ୍ୟତିତ ଅନ୍ୟ କେଉଁଠି ବି ହେବନି ରଥଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ହେବ ଭକ୍ତଶୂନ୍ୟ । ଗତ ବର୍ଷ ଭଳି ଚଳିତ ଥର ବି ବଡଦାଣ୍ଡରେ ବଡ ଠାକୁରଙ୍କ 3 ରଥ ଚର୍ମଚକ୍ଷୁରେ ଦେଖିବାକୁ ମିଳିବନି ସୁଯୋଗ । ଏଇଥିପାଇଁ ନିଜ ଘରେ 3 ଦିଅଁଙ୍କ ରଥ ଗଡାଇବେ ଜଗନ୍ନାଥ ପ୍ରେମୀ ।

ଦିଆସିଲି କାଠିରେ କୁନି ରଥ, ତରଳ ମହମରେ ଚତୁର୍ଦ୍ଧାମୂର୍ତ୍ତି ଗଢିଛନ୍ତି କଟକ ଖାନ ନଗରର 17 ବର୍ଷୀୟ ସ୍ମୃତି ରଞ୍ଜନ । କୁନି କୁନି ଦିଅଁଙ୍କୁ ନେଇ ପ୍ରସ୍ତୁତ ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ । ରଥ ଗଡାଇବାକୁ ଚକ ଓ ଦଉଡି ଲାଗିଥିଲା ବେଳେ ଉଡୁଛି ବାନା । 3 ପ୍ୟାକେଟ ଦିଆସିଲି କାଠିରେ ଏହି 3 ବଡ ରଥ ତିଆରି ହୋଇଥିଲା ବେଳେ ଏହାର ଉଚ୍ଚତା 6 ଇଞ୍ଚ ରହିଛି । ଆଉ ଛୋଟ ରଥରେ 12ଟି କାଠି ବ୍ୟବହାର ହୋଇଛି । ଏହାର ଉଚ୍ଚତା 2.7 ଇଞ୍ଚ ଅଛି ।

ଆଉ ଜଣେ ବଳରାମ , ଗଢିଲେ କୁନି ରଥରେ ମହମର ଚତୁର୍ଦ୍ଧାମୂର୍ତ୍ତି

କଟକ ଖାନ ନଗର ଛକରେ ରହୁଥିବା ସୁବାସ ମହାନ୍ତି ଓ ଅଳକା ମହାନ୍ତି ଙ୍କ ପୁଅ ସ୍ମୃତି । ପିଲା ବେଳୁ ତାଙ୍କର କଳା ପ୍ରତି ଦୁର୍ବଳତା ରହିଆସିଛି । କିନ୍ତୁ କୁନି ରଥ ନିର୍ମାଣ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ପିତା ମାତାଙ୍କ କହିବାନୁଯାୟୀ, ‘‘ପୁଅର କାଳିଆ ସାଆନ୍ତଙ୍କ ପ୍ରତି ପ୍ରେମ ପିଲା ବେଳୁ ରହିଛି । ଆଉ ବର୍ତ୍ତମାନ ଯେଉଁ ରଥ ସେ ନିର୍ମାଣ କରୁଛି ତାହାକୁ ମଧ୍ୟ ସ୍ୱୟଂ ପ୍ରଭୁ ସାହା ।’’

ଗତ ବର୍ଷ ରଥଯାତ୍ରା ସମୟରେ ଯେତେବେଳେ ସାଧାରଣ ଦର୍ଶନ ବନ୍ଦ ରହିଲା ସେତେବେଳେ ନିଜକୁ ଆଉ ସମ୍ଭାଳିପାରି ନଥିଲେ ସେ । ଆଉ ଗଢିବା ଆରମ୍ଭ କରିଥିଲେ କୁନି ରଥ । ଆଉ କାଳିଆ ସାଆନ୍ତ କୁ ସେହି ରଥ ରେ ବିରାଜମାନ କରି ଟାଣିଥିଲେ। ସେହିଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ କାମ ଜାରି ରହିଛି । ଦିଆସିଲି କାଠି ସଂଗ୍ରହ କରି ନିଖୁଣ ଭାବରେ ରଥ ତିଆରି କରୁଛନ୍ତି ସେ । ତେବେ ତାଙ୍କର ଏହି ଭକ୍ତି ଅନ୍ୟ ମାନଙ୍କ ପାଇଁ ସାଜିଛି ପ୍ରେରଣା ।

ଦିଆସିଲି କାଠିରେ ରଥ ନିର୍ମାଣ ଆପଣ ଆଗରୁ ବହୁତ ଦେଖିଥିବେ , କିନ୍ତୁ ଭଗବାନ ଓ ଭକ୍ତ ମଧ୍ୟରେ ସମ୍ପର୍କ ତାର ଭାବନାରେ ପ୍ରସ୍ପୁଟିତ । ଆଉ ସେହି ଭାବନାକୁ ରୂପ ଦେଇ ଜଗାର ସାନିଧ୍ୟ ଅପେକ୍ଷାରେ ସ୍ମୃତି ...

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.