ETV Bharat / state

Sankalp Samabesh: ଆଠଗଡରେ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Oct 14, 2023, 7:17 PM IST

ଧର୍ମେନ୍ଦ୍ର କହିଛନ୍ତି ମୋଦି ସରକାର ଘର ଦେଉଛନ୍ତି ହେଲେ ଏଠି ଲୋକଙ୍କୁ ମିଳୁନି । ବିଶେଷ କରି 2014-16 ମଧ୍ୟରେ ସାଢେ ୪ ଲକ୍ଷ ଇନ୍ଦିରା ଆବାସ ଆସିଛି । ୨୦୧୬-୨୩ ସାଢେ ୨୭ ଲକ୍ଷ ପିଏମ ଆବାସ ମିଳିଛି । ମୋଦି ସରକାରରେ ୩୨ ଲକ୍ଷ ଘର ଓଡିଶାକୁ ମିଳିଛି । କିନ୍ତୁ ରାଜ୍ୟ ସରକାର ଘର ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

Sankalp Samabesh: ଆଠଗଡରେ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Sankalp Samabesh: ଆଠଗଡରେ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Sankalp Samabesh: ଆଠଗଡରେ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ: ଆଠଗଡରେ ବିଜେପିର ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ । ସମାବେଶରୁ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି ମୋଦି ସରକାର ଘର ଦେଉଛନ୍ତି ହେଲେ ଏଠି ଲୋକଙ୍କୁ ମିଳୁନି । ବିଶେଷ କରି 20214-16 ମଧ୍ୟରେ ସାଢେ ୪ ଲକ୍ଷ ଇନ୍ଦିରା ଆବାସ ଆସିଛି । ୨୦୧୬-୨୩ ସାଢେ ୨୭ ଲକ୍ଷ ପିଏମ ଆବାସ ମିଳିଛି । ମୋଦି ସରକାରରେ ୩୨ ଲକ୍ଷ ଘର ଓଡିଶାକୁ ମିଳିଛି । କିନ୍ତୁ ରାଜ୍ୟ ସରକାର ଘର ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଦିନକୁ ୯ ହଜାର ଘର ବଦଳରେ ୩୨ଟି ଘର ମିଳୁଛି । ରାଜ୍ୟ ସରକାର କାଗଜ କଳମରେ ପିଏମ୍ ଆବାସ ବାଣ୍ଟୁ ଥିବା ଅଭିଯୋଗ କରି ଆଠଗଡ଼ରେ ଗରିବୀ, ଦୁର୍ନୀତି, ଜଳସେଚନ ସମସ୍ୟା ଓ ସ୍ଥାନୀୟ ବିଧାୟକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଠଗଡ ମହୋତ୍ସବ ପଡିଆରେ ସଂକଳ୍ପ ସମାବେଶ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ- ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଭୁଲ ବାଟରେ ଅଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି କଟକ ଜିଲ୍ଲା ଆଠଗଡରେ ବିଜେପି ପକ୍ଷରୁ ସଂକଳ୍ପ ସମାବେଶ କରାଯାଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା । ଭାରତୀୟ ଜନତା ପାର୍ଟି ସ୍ଥାନୀୟ ମହୋତ୍ସବ ପଡିଆରେ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ ତଥା ସ୍ବାଭିମାନ ଆଠଗଡ ଗଠନ ପାଇଁ ଦଳ ପକ୍ଷରୁ ଏକ ସଂକଳ୍ପ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ସମାବେଶରେ ବିଜେପି ସିଧାସଳଖ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଟାର୍ଗେଟ କରିଛି । ବିଶେଷ କରି ସାଧାରଣ ନିର୍ବାଚନ ଆଡକୁ ସମୟ ଯେତିକି ଯେତିକି ଅଗ୍ରସର ହେଉଛି ସେତିକି ଚଳଚଞ୍ଚଳ ହେଉଛି ରାଜ୍ୟ ରାଜନୀତି ।

ଏହାରି ଭିତରେ କଟକ ଜିଲ୍ଲାରେ ବିଜେପି ତାର ସ୍ଥିତିକୁ ସୁଦୃଢ କରିବା ପାଇଁ ବିଜେଡିର ଗଡ଼ ଭାବେ ପରିଚିତ ଆଠଗଡରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲା । ଏହି ସମାବେଶରେ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଅଭୟ ବାରିକ, ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ସ୍ମୃତିରେଖା ପଟ୍ଟନାୟକ, ରଶ୍ମିରେଖା ଦାସ,ପ୍ରମୁଖ ଉପସ୍ଥିତ ରହି ଶାସକ ଦଳ ଏବଂ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହାର ସଫଳ ରୂପାୟନ ଦିଗରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରୁଥିବା ଅଭିଯୋଗ କରି ବିଜେଡିକୁ କାଠ ଘଡ଼ାକୁ ଆଣିବା ପାଇଁ ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ବିଶେଷ କରି ଆଠଗଡ ସମବାୟ ଦୁର୍ନୀତି ଓ ଚାଷ ସମସ୍ୟା, ବେରୋଜଗାରୀକୁ ନେଇ ଶାସକ ଦଳକୁ ଘେରିଥିଲେ ଧର୍ମେନ୍ଦ୍ର।

ଇଟିଭି ଭାରତ, ଆଠଗଡ କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.