ETV Bharat / state

ଓଡ଼ିଶାରେ ଏକ ସାଉଥ୍ ଇଣ୍ଡିଆ କମ୍ପାନୀ ଆସି ଲୋକଙ୍କୁ ବୋକା ବନାଉଛି: କେନ୍ଦ୍ରମନ୍ତ୍ରୀ ଟୁଡୁ - ଓଲଟପୁରସ୍ଥିତ ଆରୋଗ୍ୟ ଭବନ

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ବାରା ପରିଚାଳିତ ଆରୋଗ୍ୟ ଭବନ ପରିସରରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଲୋକାର୍ପଣ କଲେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବିକାଶ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ରାଜ୍ୟ ସରକାର ଓ 5T ସଚିବଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ଓଲଟପୁର ଆରୋଗ୍ୟ ଭବନରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

author img

By ETV Bharat Odisha Team

Published : Sep 11, 2023, 9:37 PM IST

ଓଲଟପୁର ଆରୋଗ୍ୟ ଭବନରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ନିଆଳି: କେନ୍ଦ୍ର ଜଳଶକ୍ତି ଓ ଜନଜାତି ବିକାଶ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ବାରା ପରିଚାଳିତ ଆରୋଗ୍ୟ ଭବନ ପରିସରରେ ନବନିର୍ମିତ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଶାସକ ବିଜେଡି ସରକାର ଓ 5T ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଭାରତ ସରକାର ଓ ମୋଦିଜୀଙ୍କ ନେତୃତ୍ବରେ ଜଳକୁ ସଞ୍ଚୟ ପାଇଁ ଜଳଶକ୍ତି ଅଭିଯାନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଜନା ଚାଲୁଅଛି । କିନ୍ତୁ ସଙ୍ଘୀୟ ବ୍ୟବସ୍ଥାରେ ଭାରତ ସରକାର ରାଜ୍ୟ ସରକାରଙ୍କୁ କେବଳ ଆର୍ଥିକ ଓ ଟେକ୍ନିକାଲ ସହଯୋଗ କରନ୍ତି । ରାଜ୍ୟ ସରକାରଙ୍କ ଦାୟିତ୍ଵ ହେଲା ଗୋଟିଏ ବୁନ୍ଦା ପାଣି ନଷ୍ଟ ନହେବା ପାଇଁ ବ୍ୟବସ୍ଥା କରିବା । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇଥିଲେ ଓଡ଼ିଶା ଆଜି ଜଳମୟ ହୋଇଥାନ୍ତା । ଆଜି ପାଣି ସମସ୍ୟା କଥା ଉଠୁନଥାନ୍ତା । ସେଥିପାଇଁ ଅମୃତ ସରୋବର ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଯେତେ ପୁରୁଣା ଜଳାଶୟ ଅଛି, ସେଗୁଡ଼ିକୁ ପୁନଃଉଦ୍ଧାର କରିବା ସହିତ ଜିଲ୍ଲାରେ ୭୫ ଭାଗ ନୂତନ ଜଳାଶୟ ସୃଷ୍ଟି କରିବା ପାଇଁ ଗୁରୁତ୍ବ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କନ୍ଧମାଳ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, କହିଲେ ପର୍ଯ୍ୟଟନ ବିକାଶର ହିଁ ମିଳିବ ନୂଆ ପରିଚୟ

ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଶାସକ ବିଜେଡି ସରକାର ସହିତ 5T ସଚିବଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ଗୁମାସ୍ତା ତଥା ପ୍ରାଇଭେଟ ସେକ୍ରେଟାରୀ ଗୋଟିଏ ମାଲିକ ଭଳି ରୋଲ କରିବ, ଏହା ସାଢେ ୪ କୋଟି ଲୋକ କେବେ ବରଦାସ୍ତ କରିବା କଥା ନୁହେଁ । ଏହା ଗୋଟିଏ ରାଜନୈତିକ ଝଡ଼ ନୁହେଁ, ଏହା ଏକ ସାମାଜିକ ଝଡ଼ ବୋଲି ଆମେ କହିପାରିବା । ବିଟ୍ରିଶ ତଥା ଇଷ୍ଟି୍‌ ଇଣ୍ତିଆ କମ୍ପାନୀ ୨୦୦ ବର୍ଷ ଦେଶକୁ ଶାସନ କରିଥିଲା । ଇଏ ଗୋଟିଏ ସାଉଥ୍‌ ଇଣ୍ତିଆ କମ୍ପାନୀ ଆସି ଲୋକଙ୍କୁ ବୋକା ବନାଉଛନ୍ତି । ୨୩ ବର୍ଷରେ ଯେଉଁ କାମ ହେଲାନାହିଁ, ଏ କାଗଜ ଧରିକି ଏଇଟା କରିଦେବି ସେଇଟା କରିଦେବି ହାତି ଦେବି ଘୋଡା ଦେବି କହୁଛନ୍ତି । ୟାଙ୍କ ମିଟିଂକୁ ଯେଉଁ ଲୋକ ଆସୁଛନ୍ତି, ସେମାନେ ନିଜେ ନିଜକୁ ପ୍ରଶ୍ନ କରିବା ଦରକାର । ଆମେ କ'ଣ ଖାଇବାକୁ ପାଉନେ ? ଆମେ କ'ଣ ପିନ୍ଧିବା ପାଇଁ ପାଉନେ ? ଆମେ କ'ଣ ଭାସି ଯାଉଛେ ? ୨୩ ବର୍ଷରେ ଯେଉଁ କାମ ହେଲାନାହିଁ ୨୩ ଦିନରେ ଏ କାମ କରି ତାଡି ପକେଇବେ । ଏ ସବୁ ମିଛ କଥା । ଏ ଭକୁଆ ବନେଇବା କଥା । ସାଢେ ୪ କୋଟି ଲୋକ ମାନସିକ ଭାବରେ ଚିନ୍ତା କରିବା କଥା ।" ଆଗାମୀ ନିର୍ବାଚନରେ ଓଡିଶାର ଜନସାଧାରଣ ଏହାକୁ ବିଚାର କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.