ETV Bharat / state

କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦଳକୁ ମଜବୁତ ପାଇଁ ଦେଲେ ମନ୍ତ୍ର

author img

By

Published : Jan 6, 2023, 7:54 AM IST

Updated : Jan 6, 2023, 7:59 AM IST

କଟକ ବିଜେପି ପକ୍ଷରୁ ଆୟୋଜିତ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ( union minister Ashwini vaishnaw ) । ଅଧିକ ପଢନ୍ତୁ

କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ
ashwini vaishnaw attended mandal executive meeting

କଟକ: ସିଲଭର ସିଟିରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସଙ୍ଗଠନକୁ ମଜବୁତ କରିବା ପାଇଁ କର୍ମୀ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଗାମୀ 2024 ସାଧାରଣ ନିର୍ବାଚନରେ ଯେପରି ତୃଣମୂଳ ସ୍ତରରେ ମଜବୁତ ହେବ ସେ ନେଇ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମହାନଦୀ ଓ ବାରବାଟୀ ମଣ୍ଡଳର କାର୍ଯ୍ୟକାରିଣୀ ସଭାରେ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ କହିଛନ୍ତି ଅଶ୍ବିନୀ ବୈଷ୍ଣବ ( union minister ashwini vaishnaw ) ।

ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି,''ଭାରତୀୟ ଜନତା ପାର୍ଟି ସର୍ବଦା ସଂଗଠନକୁ ପ୍ରମୁଖତା ଦିଏ । ସାଙ୍ଗଠନିକ ବ୍ୟବସ୍ଥା ଭିତରେ ମଣ୍ଡଳର ଏକ ବୈଠକ ବସିଛି । ମଣ୍ଡଳକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି । ଭାରତୀୟ ଜନତା ପାର୍ଟି ଶୃଙ୍ଖଳିତ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଭିତରେ ରାଷ୍ଟ୍ରପ୍ରେମ ରହିଛି । ସେହି ଭାବନାକୁ ନେଇ ଆମେ ଲଢିବୁ ।''

ସେ ଆହୁରି କହିଛନ୍ତି,'' ଆଜି ହେଉଛି ଏକ ସ୍ମରଣୀୟ ଦିନ । କାରଣ ଓଡିଶାରେ ଆଜି 5ଜି ସେବା ଆରମ୍ଭ ହୋଇଛି । ଯାହାଦ୍ବାରା ଆଗାମୀ ଦିନରେ ଲୋକମାନେ ଇଣ୍ଟରନେଟ ସେବାରେ କୌଣସି ଅସୁବିଧା ସମ୍ମଖୀନ ହେବେ ନାହିଁ । ଏହାସହ କଟକ ରେଳ ଷ୍ଟେସନ ପାଇଁ ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ କଟକରେ ଟ୍ରେନ ସୁବିଧା ଆହୁରି ସୃଦୁଢ ହେବ ।''

କଟକ ବିଜେପି ପକ୍ଷରୁ ଆୟୋଜିତ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ମଣ୍ଡଳ କାର୍ଯ୍ୟ କଟକ ମହାନଦୀ ମଣ୍ଡଳ ଓ ବାରବାଟୀ ମଣ୍ଡଳ ପକ୍ଷରୁ ଏହି କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ କଟକ ବିଜେପିର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ । ତେବେ ଆଗାମୀ ସମୟରେ ବିଜେପି ମଜବୁତ୍ ହୋଇ ନିର୍ବାଚନ କିପରି ଲଢିବ, ବୁଥ ସ୍ତରରୁ ଦଳର କର୍ମୀ ଲୋକଙ୍କ ସହ କିପରି ଯୋଡ଼ି ହୋଇ ରହିବେ ସେ ନେଇ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ଏହା ବି ପଢନ୍ତୁ...ଓଡ଼ିଶାରେ 5G ଯୁଗ ଆରମ୍ଭ, ୧୦ ଗୁଣା ଅଧିକ ସ୍ପିଡ ହେବ ଇଣ୍ଟରନେଟ

ପ୍ରକାଶ ଥାଉକି, ଓଡିଶାରେ 5ଜି ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟରେ ଏହି କାର୍ଯ୍ୟକ୍ରମର ଉଦଘାଟନରେ ସାମିଲ ଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର କଟକ ସମେତ କେତେକ ସହରରେ 5ଜି ସେବା ଆରମ୍ଭ ହୋଇଛି । ଏନେଇ କେନ୍ଦ୍ର ସରକାର 5600କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ଉପଭୋକ୍ତାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ,କଟକ

Last Updated : Jan 6, 2023, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.