ETV Bharat / state

ଓଡିଶା ହାଇକୋର୍ଟରେ କେନ୍ଦ୍ର ଆଇନ ମନ୍ତ୍ରୀ - କଟକରେ କିରଣ ରିଜିଜୁ

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଓଡିଶା ହାଇକୋର୍ଟ ପରିସରରେ ପହଞ୍ଚି ଡେପୁଟି ସିଲିସିଟର ଜେନେରାଲଙ୍କ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଓଡିଶା ହାଇକୋର୍ଟରେ କେନ୍ଦ୍ର ଆଇନ ମନ୍ତ୍ରୀ
ଓଡିଶା ହାଇକୋର୍ଟରେ କେନ୍ଦ୍ର ଆଇନ ମନ୍ତ୍ରୀ
author img

By

Published : Oct 12, 2022, 8:44 AM IST

କଟକ: କଟକ ଗସ୍ତରେ ଆସିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ସେ ଓଡିଶା ହାଇକୋର୍ଟ ପରିସରରେ ପହଞ୍ଚି ଡେପୁଟି ସିଲିସିଟର ଜେନେରାଲଙ୍କ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଏହା ସହିତ ସହିତ ହାଇକୋର୍ଟ ପରିସରକୁ ବୁଲି ଦେଖିଛନ୍ତି କେନ୍ଦ୍ର ମନ୍ତ୍ରୀ । ପରେ ବାର ଆସୋସିଏସନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଓଡିଶା ହାଇକୋର୍ଟରେ କେନ୍ଦ୍ର ଆଇନ ମନ୍ତ୍ରୀ

ଏହି ଅବସରରେ ସେ କହିଥିଲେ ଦେଶ ସ୍ବାଧୀନ ହେବାରେ ଆଇନଜୀବୀମାନଙ୍କର ବିଶେଷ ଭୂମିକା ଥିଲା । ଆଉ ଏବେ ଦେଶର ବିକାଶ ତଥା ନ୍ୟାୟିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାରେ ଆଇନଜୀବୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ବାର ଏବଂ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ନ୍ୟାୟପାଳିକା ଅଧିକ କ୍ରିୟାଶୀଳ ହୋଇପାରିବ । ନ୍ୟାୟପାଳିକା ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ବାଧକ ସାଜିବ ନାହିଁ । କେନ୍ଦ୍ର ସରକାର ସେଥିପାଇଁ ଗତ ଆର୍ଥିକ ବର୍ଷରେ 9 ହଜାର କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲୀଧରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.