ETV Bharat / state

ନରାଜରେ ଛାତ୍ର ନିଖୋଜକୁ 24 ଘଣ୍ଟା ବିତିଲା, ଏବେବି ମିଳୁନି ଉଭୟଙ୍କ ପତ୍ତା

author img

By

Published : Aug 9, 2023, 9:50 PM IST

Updated : Aug 9, 2023, 9:58 PM IST

ନରାଜ ନିକଟରେ ମହାନଦୀରେ ଦୁଇ ଛାତ୍ର ବୁଡିଯିବା ଘଟଣା । 24 ଘଣ୍ଟାରୁ ଅଧିକ ସମୟ ବିତିଗଲା, ହେଲେ ବର୍ତ୍ତମାନ ସୁଦ୍ଧା ଦୁଇ ଛାତ୍ରଙ୍କ କୌଣସି ପତ୍ତା ମିଳିପାରିନାହିଁ । ଅଧିକ ପଢ଼ନ୍ତୁ

two student washed away in mahanadi
ନରାଜରେ ଦୁଇ ଛାତ୍ର ବୁଡ଼ିବା ଘଟଣା

ନରାଜରେ ଦୁଇ ଛାତ୍ର ବୁଡ଼ିବା ଘଟଣା

କଟକ: ନରାଜ ନିକଟରେ ମହାନଦୀରେ ଦୁଇ ଛାତ୍ର ବୁଡିଯିବା ଘଟଣାକୁ ବିତିଗଲାଣି 24 ଘଣ୍ଟାରୁ ଅଧିକ ସମୟ । ହେଲେ ଏପର୍ଯ୍ୟନ୍ତ ଦୁଇଜଣ ଉଦ୍ଧାର ହୋଇ ପାରିଲେ ନାହିଁ । ଗତ ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ହେବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ବୁଧବାର ସକାଳୁ ମଧ୍ୟ ଓଡରାଫ ଓ ଏନଡିଆରଏଫ ପକ୍ଷରୁ 6ରୁ ଊର୍ଦ୍ଧ୍ବ ଟିମ୍ ଜରିଆରେ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଛି । ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ରେତ ଡ୍ୟାମରେ ବୁଡି ଛାତ୍ର ନିଖୋଜ, ଖୋଜୁଛି ଓଡ୍ରାଫ ଟିମ୍

ମହାନଦୀର ପ୍ରତିଟି ସ୍ଥାନରେ ତନ୍ନତନ୍ନ କରି ଉଦ୍ଧାରକାରୀ ଟିମ ଯାଞ୍ଚ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଦୁଇ ନିଖୋଜ ଛାତ୍ରଙ୍କର କୌଣସି ପତ୍ତା ମିଳି ପାରୁନାହିଁ । ମହାନଦୀର ସୁଅ ଅଧିକ ଥିବାରୁ ତଳମୁଣ୍ଡକୁ ଭାସି ଯାଇଥିବା ସନ୍ଦେହରେ ଜୋବ୍ରା ଆଡ଼କୁ ମଧ୍ୟ ସର୍ଚ୍ଚ ଅପରେସନ କରାଯାଇଛି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଙ୍ଗଳବାର ଏବଂ ତା' ପୂର୍ବଦିନ କିଛି ପିଲାଙ୍କୁ ଏଠାରେ ଗାଧୋଇବାର ଦେଖି ସେଠାରୁ ପାଟି କରି ବିଦା କରିଥିଲେ । ହେଲେ ବାରମ୍ବାର ଏଠାକୁ ବାହାର ପିଲା ମଉଜ ପାଇଁ ଆସୁଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ନରାଜ ବ୍ୟାରେଜରେ ଦୁଇ ନିଖୋଜ ଛାତ୍ର ! ଖୋଜୁଛି ଅଗ୍ନିଶମ ବିଭାଗ

ତେବେ ମଙ୍ଗଳବାର ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଥିବା ବେଳେ ବୁଧବାର ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ମୋଟ 6ଟି ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । 3ଟି ବିଭାଗର ମୋଟ 30 ଜଣ କର୍ମଚାରୀ ନାରାଜଠାରୁ ଜୋବ୍ରା ବ୍ୟାରେଜ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଦୁଇ ନିଖୋଜ ଛାତ୍ର ହେଉଛନ୍ତି ଦେବାପ୍ରିୟ ଚୋଧୁରୀ ଓ ଆଦିତ୍ୟ ମଲ୍ଲିକ । ଉଭୟ କଟକ ସ୍ଟୁଆର୍ଟ କଲେଜର ଛାତ୍ର । ମଙ୍ଗଳବାର ଅପରାହ୍ନରେ ଦେବାପ୍ରିୟ ଚୋଧୁରୀ ଓ ଆଦିତ୍ୟ ମଲ୍ଲିକଙ୍କ ସହ ମୋଟ 8 ଜଣ ଛାତ୍ର ନାରାଜ ନିକଟ ମହାନଦୀ କୂଳକୁ ଯାଇଥିଲେ । ସେମାନଙ୍କ ଭିତରୁ ଦେବାପ୍ରିୟ ଓ ଆଦିତ୍ୟ ନଦୀରେ ନିଖୋଜ ହୋଇ ଯାଇଥିଲେ । ନଦୀକୂଳରୁ ସେମାନଙ୍କ ବ୍ୟାଗ ଏବଂ ଜୋତା ମିିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଲଗାଣ ବର୍ଷା ସାଜିଲା କାଳ, ନାଳରେ ଭାସି ଗଲା ଯୁବକଙ୍କ ଜୀବନ

ଇଟିଭି ଭାରତ, କଟକ

Last Updated : Aug 9, 2023, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.