ETV Bharat / state

ବଡଦିନରେ ଅଘଟଣ, ପୋଖରୀରେ ବୁଡି ଚାଲିଗଲା 2 ଭଉଣୀଙ୍କ ଜୀବନ - ପୋଖରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଅଘଟଣ । ଖେଳୁଥିବା ସମୟରେ ପୋଖରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

two sister died
ଦୁଇ ଭଉଣୀଙ୍କ ମୃ୍ତ୍ୟୁ
author img

By

Published : Dec 25, 2022, 1:28 PM IST

Updated : Dec 25, 2022, 1:38 PM IST

ବଡଦିନରେ ଅଘଟଣ

କଟକ: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଲିପୁରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖେଳୁଥିବା ସମୟରେ ହଠାତ ପୋଖରୀରେ ବୁଡି ଯାଇଥିଲେ । ବଡ଼ଝିଅ 9 ବର୍ଷର ହୋଇଥିବା ବେଳେ ଓ ସାନ ଝିଅ 5ବର୍ଷର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି (ରବିବାର) ଦୁଇ ଭଉଣୀ ସକାଳେ ଖେଳୁଥିଲେ । କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ । ଏହାପରେ ପୋଖରୀରେ ଭାସୁଥିବା ଦେଖୁବାକୁ ମିଳିଲା । ଦୁଇ ଭଉଣୀଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ପିଏଚସିକୁ ସେମାନଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡିଯାଉଥିବା ଦେଖି ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଯାଇ ଉଭୟଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, କଟକ

Last Updated : Dec 25, 2022, 1:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.