ETV Bharat / state

ଶିକ୍ଷୟିତ୍ରୀଙ୍କ ଠାରୁ ସୁନା ଚେନ୍ ଲୁଟ ଘଟଣା: ୨ ଲୁଟେରା ଗିରଫ

author img

By

Published : Jan 25, 2020, 11:56 AM IST

କଟକରେ ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ଫେରୁଥିବାବେଳେ ଲୁଟର ଶିକାର ହୋଇଥିବା ଘଟଣାରେ ଜଗତପୁର ପୋଲିସ ଦୁଇ ଜଣକୁ ଗିରଫ କରିଛି ।

two-lootera-arrested-by-jagatpur-police-of-cuttack
ଶିକ୍ଷୟତ୍ରୀ ଲୁଟ ଘଟଣାରେ ୨ ଲୁଟେରା ଗିରଫ

କଟକ: ଦୁଇ ଲୁଟେରା ଗିରଫ। ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ସୁନା ଚେନ ଲୁଟ ଘଟଣାରେ ଜଗତପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁରୀ ସଦର ଥାନା ଅଞ୍ଚଳର ସୁବାଷ ପ୍ରଧାନ ଓରଫ ମିଟୁ ଓ ଗଞ୍ଜାମ ଜିଲ୍ଲା ଳାଥିପଡ଼ା ଅଞ୍ଚଳର ବାବୁ ସ୍ବାଇଁ ।

ସୂଚନା ଅନୁଯାୟୀ ଗତ ୨୧ ତାରିଖ ମଧ୍ୟାହ୍ନ ସମୟରେ ନିମପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ମାନସୀ ଦାସ ନାମକ ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ଫେରୁଥିବାବେଳେ ଲୁଟର ଶିକାର ହୋଇଥିଲେ । ଶିକ୍ଷୟିତ୍ରୀଙ୍କୁ ବ୍ୟାରେଜ୍ ରୋଡ଼ ପାର୍ଶ୍ବ ନିମପୁର ଠାରେ ବାଇକରେ ୨ ଜଣ ଅଜଣା ଵ୍ୟକ୍ତି ତାଙ୍କ ବେକରୁ ସୁନା ଚେନ ଲୁଟ କରି ଫେରାର୍ ହୋଇଯାଇଥିଲେ । ଏନେଇ ଶିକ୍ଷୟିତ୍ରୀ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଜଗତପୁର ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସୁନା ଚେନ, ବାଇକ ଓ ମୋବାଇଲ ପୋଲିସ ଜବତ କରିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Intro:ଜଣେ ଶିକ୍ଷୟତ୍ରୀଙ୍କଠାରୁ ସୁନା ଚେନ୍ ଲୁଟ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।ସେମାନଙ୍କ ନିକଟରୁ ଚେନ୍ ,ବାଇକ ଓ ମୋବାଇଲ ଜବତ କରିଛି ଜଗତପୁରଥାନା ପୋଲିସ।ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ପୁରୀ ସଦର ଥାନା ଅଞ୍ଚଳର ସୁବାଷ ପ୍ରଧାନ ଓରଫ ମିଟୁ ଓ ଗଞ୍ଜାମ ଜିଲ୍ଲା ଳାଥିପଡ଼ା ଅଞ୍ଚଳର ବାବୁ ସ୍ବାଇଁ।
ଗତ ୨୧ ତାରିଖ ମଧ୍ୟାହ୍ନ ସମୟରେ ନିମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମାନସୀ ଦାସ ନାମକ ଜଣେ ଶିକ୍ଷୟତ୍ରୀ ସ୍କୁଲରୁ ଫେରୁଥିବାବେଳେ ବ୍ୟାରେଜ୍ ରୋଡ଼ ପାର୍ଶ୍ୱ ନିମପୁର ଠାରେ ବାଇକ ରେ ୨ ଜଣ ଅଜଣା ଵ୍ୟକ୍ତି ତାଙ୍କ ବେକରୁ ସୁନା ଚେନ୍ ଛିଡା଼ଇ ଫେରାର୍ ହୋଇଯାଇଥିଲେ।ଏନେଇ ଶିକ୍ଷୟତ୍ରୀ ଜଗତପୁର ଥାନାରେ ଅଭିଯୋଗ କରିଥିଲେ।ଘଟଣାର ତଦନ୍ତ କରି ଜଗତପୁର ଥାନା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସୁନା ଚେନ୍ ,ବାଇକ ଓ ସେମାନେ ଵ୍ୟଵହାର କରୁଥିବା ବାଇକ କୁ ପୋଲିସ ଜବତ କରିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.