ETV Bharat / state

ପୋଲିସ ହାତରେ ବାଇକ ଲୁଟେରା, 15 ବାଇକ ଜବତ

author img

By

Published : Jan 30, 2021, 6:48 PM IST

ଅନେକ ବାଇକ ଚୋରି ମାମଲାରେ ସଂଶ୍ଲିଷ୍ଟ ଦୁଇ ବାଇକ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । 15ଟି ଚୋରା ବାଇକ ଜବତ । ଅଧିକ ପଢନ୍ତୁ...

ପୋଲିସ ହାତରେ ବାଇକ ଲୁଟେରା, 15 ବାଇକ ଜବତ
ପୋଲିସ ହାତରେ ବାଇକ ଲୁଟେରା, 15 ବାଇକ ଜବତ

କଟକ: କମିଶନରେଟ ପୋଲିସ ହ୍ୟାଣ୍ଡକପରେ ବାଇକ ଲୁଟେରା । 15 ଗାଡି ଜବତ କରିବା ସହ 2 ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଭୁବନ ଅଞ୍ଚଳର ବିକାଶ ଓ ପ୍ରତାପ ନଗରର ବାପି ବଦ୍ରିନାଥ । ତେବେ ଏହି ମାମଲାରେ ଆହୁରି ଅନେକ ଚୋରା ଗାଡି ରହିଥିବା ନେଇ ଅନୁମାନ କରୁଛି କମିଶନରେଟ ପୋଲିସ ।

ପୋଲିସ ହାତରେ ବାଇକ ଲୁଟେରା, 15 ବାଇକ ଜବତ

ସୂଚନା ଅନୁସାରେ, ଏହି ଦୁଇ ଜଣ ଲୁଟେରା ଯୋଜନାବଦ୍ଧ ଭାବ ବାଇକ ଚୋରିରେ ସଂଶ୍ଳିଷ୍ଟ ରହୁଥିଲେ । ଏକ ସ୍ଵତନ୍ତ୍ର ଚାବି ଜରିଆରେ ବାଇକ ଲୁଟ କରି ତାହାର ନମ୍ବର ପ୍ଲେଟକୁ ବଦଳାଇ ଦେଉଥିଲେ । ଏମିତିକି ଦୁଇଟି ଗାଡିରେ ସମାନ ନମ୍ବର ମଧ୍ୟ ରଖୁଥିଲେ । ଗତ 27 ତାରିଖ ଦିନ ମଧୁପାଟଣା ଥାନାରେ ଏକ ଗାଡି ଚୋରି ଏତଲା ଦାୟର ହେବା ପରେ ଆରମ୍ଭ ହୋଇଥିଲା ଜୋରଦାର ତଦନ୍ତ । ପରିଶେଷରେ ଏଥିରେ ସମ୍ପୃକ୍ତ 2 ଜଣଙ୍କୁ ପୋଲିସ ଗିରଫ କରିବା ସହ 15ଟି ବାଇକ ଜବତ କରିଛି । ତେବେ କଟକ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.