ETV Bharat / state

ନକଲି ସୁନା ଦେଇ ୫ ଲକ୍ଷ ଟଙ୍କା ଠକେଇ, ୨ ଗିରଫ - ଅଭିଯୁକ୍ତଙ୍କୁ ଗିରଫ

ଚୌଦ୍ବାର ଥାନା ଅଞ୍ଚଳରେ ନକଲି ସୁନା ଦେଇ ୫ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣା ଦେଖାଯାଇଛି । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

accused arrested
ନକଲି ସୁନା ଦେଇ ୫ ଲକ୍ଷଟଙ୍କା ଠକେଇ
author img

By

Published : Oct 28, 2020, 10:47 PM IST

କଟକ: ଅସଲି କହି ନକଲି ସୁନା । ନକଲି ସୁନା ଦେଇ ଠକି ନେଇଗଲେ ୫ ଲକ୍ଷ ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଚୌଦ୍ବାର ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ଚୌଦ୍ବାର ଅଞ୍ଚଳର ସିତୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କର ଜଣେ ବନ୍ଧୁ ଏକ କିଲୋର ସୁନା ମୁଣ୍ଡା ପାଇଥିବା ସ୍ଥାନୀୟ ଅଞ୍ଚଳର ସୁଜିତ ମହାରଣାଙ୍କୁ କହିଥଲେ । ତେବେ ଅନେକ ମୁଲଚାଲ ପରେ ୫ ଲକ୍ଷଟଙ୍କା ଟଙ୍କାରେ ବିକ୍ରି ପାଇଁ ସ୍ଥିର ହୋଇଥିଲା ।

ତେବେ ସୁନାର ମାନ ଯାଞ୍ଚ ସମୟରେ ଏହା ଏକ ଅସଲି ସୁନା ଯାଞ୍ଚ କରି ସୁଜିତଙ୍କୁ ଆକର୍ଷିତ କରିଥିଲେ । ତେବେ ସୁଜିତ ୫ ଲକ୍ଷ ଟଙ୍କା ଦେଇ ଉକ୍ତ ସୁନାମୁଣ୍ଡାକୁ ନେଇଥିଲେ । ଏହି ସୁନାକୁ ପରମୂହର୍ତ୍ତରେ ଯାଞ୍ଚ ପରେ ଏହା ଅସଲି ନୁହେଁ ବଂର ନକଲି ସୁନା ବୋଲି ଜଣାପଡିଛି ।

accused arrested
ନକଲି ସୁନା ଦେଇ ୫ ଲକ୍ଷଟଙ୍କା ଠକେଇ

ତେବେ ଏନେଇ ସୁଜିତ ଚୌଦ୍ବାର ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ଚୌଦ୍ବାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧ ଲକ୍ଷ ୪୫ ହଜାର ଟଙ୍କା, ୨ ଟି ମୋବାଇଲ ଫୋନ ଓ ୯ ଶହ ଗ୍ରାମର ନକଲି ସୁନା ମୁଣ୍ଡା ଜବତ କରିଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.