ETV Bharat / state

SCB ଟ୍ରମା କେୟାର ଭେଣ୍ଟିଲେଟର ଅଚଳ ଘଟଣା, ସ୍କାନରରେ ବିହାର ରୋଗୀ

author img

By

Published : Jun 28, 2023, 3:40 PM IST

ଏସିବିରେ ଟ୍ରମା କେୟାର HDUରେ ଭେଣ୍ଟିଲେଟର ଭାଙ୍ଗିବା ଘଟଣାରେ ବହନାଗା ଟ୍ରେନ ଦୁର୍ଘଟଣାର ବିହାର ରାଜ୍ୟର ଆହତଙ୍କ ସମ୍ପର୍କୀୟଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।

ventilator damaged matter
ଭେଣ୍ଟିଲେଟର ଭାଙ୍ଗିବା ଘଟଣା
ventilator damaged issue

କଟକ: ଏସସିବି ମେଡିକାଲ ଭେଣ୍ଟିଲେଟର ଅଚଳ ହେବା ଘଟଣା । ଟ୍ରମା କେୟାର HDUରେ ଭେଣ୍ଟିଲେଟର ଭାଙ୍ଗିବା ଘଟଣାରେ ବହନାଗା ଟ୍ରେନ ଦୁର୍ଘଟଣାର ବିହାର ରାଜ୍ୟର ଆହତଙ୍କ ସମ୍ପର୍କୀୟଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଟେକ୍ନିକାଲ ଟିମର ଯାଞ୍ଚ ପରେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଏସସିବି ଅଧିକ୍ଷକ। ପ୍ରକୃତରେ ଏହା ପଛରେ କାହାର ହାତ ରହିଛି ତାହା ତଦନ୍ତ ପରେ ଜଣାପଡିବ ।

କଟକ ଏସସିବି ମେଡିକାଲ ଟ୍ରମା କେୟାର HDUରେ ଭେଣ୍ଟିଲେଟର ଭାଙ୍ଗିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । କିଏ ଓ କାହିଁକି ଭେଣ୍ଟିଲେଟରକୁ ଭାଙ୍ଗିଲା ସେ ନେଇ ଏସସିବି ଅଧିକ୍ଷକ ଓ ହସ୍ପିଟାଲ ମ୍ୟାନେଜରଙ୍କ ସହ ଭେଣ୍ଟିଲେଟର କମ୍ପାନୀର ଅଧିକାରୀ ତାହାକୁ ଯାଞ୍ଚ କରିଛନ୍ତି । ଯେଉଁ ସେମି ICUରେ ବହନାଗା ରେଳ ଦୁର୍ଘଟଣାରେ ଆହତ ମାନେ ଚିକିତ୍ସିତ ହେଉଥିଲେ ସେହି ଠାରେ ଏଭଳି ଘଟଣା ଘଟିଛି । HDUରେ ଥିବା 6 ଟି ଭେଣ୍ଟିଲେଟରରୁ 4ଟି ଠିକ ଥିବାବେଳେ ବାକି 2 ଟି କାର୍ଯ୍ୟ କରୁନଥିବା କହିଛନ୍ତି ଏସସିବି ଅଧିକ୍ଷକ । 2ଟି ଯାକ ଭେଣ୍ଟିଲେଟର କଂପ୍ରେସର ଓ ପାଇପକୁ ଅସାମାଜିକମାନେ ଛିଡାଇ ଦେଇଛନ୍ତି ଓ ସେଥିରେ ପାଣି ପଶିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...SCBରେ ଲୁଟେରା ରାଜ, 6 ମାସ ଧରାପଡିଲେଣି ଅନେକ ଦଲାଲ

ଏହାଛଡା ଅନ୍ୟ ଏକ ଅକ୍ସିଜେନ ରୁମର ତାଲା ବି ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ତେବେ ଘଟଣା ପଛରେ ବହନାଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବିହାର ରାଜ୍ୟର କିଛି ସମ୍ପର୍କୀୟ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି । ଯେହେତୁ ମେସିନର ଦାମ୍ ପାଖାପାଖି ୧୨ ଲକ୍ଷ ଟଙ୍କା ତେଣୁ ଟିମର ଯାଞ୍ଚ ପରେ ଯଦି ଅଧିକ କ୍ଷତି ହୋଇଥିବ ତେବେ ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର । ତେବେ ବହନାଗା ଦୁର୍ଘଟଣା ପରେ କଟକ ଏସିବି ବଡ଼ ମେଡିକାଲରୁ 200 ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ହେବାକୁ ଆସିଥିଲେ। ତେବେ ସେଥିମଧ୍ୟରୁ ଅନେକ ଗୁରୁତ୍ୱର ଥିବା ହେତୁ କଟକ ଏସିବି ଆଇସିଆୟୁରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଏହି ଅଘଟଣ ଘଟିବା ପରେ ଏବେ ଚିନ୍ତାରେ ଏସିବି କତ୍ତୃପକ୍ଷ । କାରଣ ପ୍ରତ୍ୟେକ ଭେଣ୍ଟିଲେଟରର ଦାମ 12 ଲକ୍ଷ ଟଙ୍କା ହେବ । ତେଣୁ ଏହି ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧିକ୍ଷକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.