ETV Bharat / state

ଟ୍ରକ ମାଲିକ ସଙ୍ଘର ଚେତାବନୀ, ଦାବି ପୂରଣ ନହେଲେ ଟ୍ରାକକୁ ଫେରିବନି ଟ୍ରକ

ଲଘୁ ସାମଗ୍ରୀ ପରିବହନ ବେଳେ ଟ୍ରକ ଜବତ ଘଟଣାରେ ଲଘୁ ଖଣିଜ ଟ୍ରକ ମାଲିକ ସଙ୍ଘର ପ୍ରତିବାଦ । ଘଟଣାର ସ୍ଥାୟୀ ସମାଧାନ ହେଲେ ପରିବହନ ସ୍ବାଭିବିକ ହେବ ବୋଲି ସ୍ପଷ୍ଟ କଲା ସଙ୍ଘ । ଅଧିକ ପଢନ୍ତୁ...

ଟ୍ରକ ମାଲିକ ସଙ୍ଘ ପ୍ରତିବାଦ, ଦାବି ପୂର୍ଣ୍ଣ ନ ହେଲେ ଟ୍ରାକକୁ ଫେରିବନି ଟ୍ରକ

author img

By

Published : Dec 3, 2020, 5:05 PM IST

କଟକ: ନିରାଶ ଲଘୁ ଖଣିଜ ଟ୍ରକ ମାଲିକ ସଙ୍ଘ । 15 ଦିନ ହେବ ବନ୍ଦ ରହିଛି ପରିବହନ । ଲଘୁ ସାମଗ୍ରୀ ପରିବହନ ପାଇଁ ଟ୍ରକ ଯାଉଥିବା ବେଳେ ଟ୍ରକଗୁଡିକୁ ଜବତ କରାଯାଉଛି ଏବଂ ଚାଳକ ଗିରଫ ହେଉଛନ୍ତି । ଏହାର ପ୍ରତିବାଦ କରି ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ପରିବହନକୁ ବନ୍ଦ କରିଛନ୍ତି ଟ୍ରକ ମାଲିକ ସଙ୍ଘ । ଏହାର ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ସଙ୍ଘ ପକ୍ଷରୁ ଦାବି ହୋଇଛି ।

ଟ୍ରକ ମାଲିକ ସଙ୍ଘ ପ୍ରତିବାଦ, ଦାବି ପୂର୍ଣ୍ଣ ନ ହେଲେ ଟ୍ରାକକୁ ଫେରିବନି ଟ୍ରକ

ବିଭିନ୍ନ ଲଘୁ ସାମଗ୍ରୀ ଯେପରିକି ବାଲି ଆଣିବା ପାଇଁ ଟ୍ରକ ଯାଉଥିବା ବେଳେ ସମ୍ପୃକ୍ତ ବାଲିଘାଟ ବେଆଇନ ହେବା ଯୋଗୁଁ ଘଟଣାସ୍ଥଳରୁ ଟ୍ରକଗୁଡିକୁ ପୋଲିସ ଜବତ କରି ଚାଳକଙ୍କୁ ଗିରଫ କରୁଛି । ମାତ୍ର ସମ୍ପୃକ୍ତ ବାଲିଘାଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏପରି ସ୍ଥଳେ ଆମର ଦୋଷ କେଉଁଠି ବୋଲି ପ୍ରଶ୍ନ କରିଛି ଲଘୁ ଖଣିଜ ଟ୍ରକ ମାଲିକ ସଙ୍ଘ । ତେବେ ଏହାର ସ୍ଥାୟୀ ସମାଧାନ ହେବା ନିତାନ୍ତ ଆବଶ୍ୟକ । ପ୍ରଥମେ କିଏ ଆଇନଗତ ଓ କିଏ ବେଆଇନ ତାହା ଆମକୁ ଜଣାଇବା ଦରକାର । ତେବେ ଯାଇ ରାଜ୍ୟରେ 15 ଦିନ ଧରି ପଡି ରହିଥିବା 20 ହଜାର ଟ୍ରକ ପୁଣି ଥରେ ଟ୍ରାକକୁ ଆସିପାରିବ ବୋଲି ସ୍ପଷ୍ଟ କରିଛି ସଙ୍ଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.