କଟକ: ସାଇକୋ କିଲର ଗିରଫ ଘଟଣାରେ ନୂଆ ଟ୍ବିଷ୍ଟ । ସ୍ବାମୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଜେଏମଏଫସି କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିଯୁକ୍ତ ନାରାୟଣ ସାହୁଙ୍କ ସ୍ତ୍ରୀ । ସେ ଜେଏମଏଫସି କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।
ତାଙ୍କ ସ୍ବାମୀ ହତ୍ୟାକାରୀ ନୁହେଁ ନିର୍ଦ୍ଦୋଷ । କଟକରେ ମର୍ଡର ହେବା ସମୟରେ ନାରାୟଣ ଭୁବନେଶ୍ବର ପରେ ନୟାଗଡରେ ଥିଲେ । ସେ 21 ତାରିଖରେ ଭୁବନେଶ୍ବର ପରେ 27 ତାରିଖରେ ନୟାଗଡରେ ରହିଥିବା ନେଇ ଆବେଦନରେ ଦର୍ଶାଇଛନ୍ତି । ତେବେ ଭୁବନେଶ୍ବର ସାଲିଆ ସାହିର ଏକ ମଦ ଦୋକାନ ଓ ସୁନାମୁହଁରେ ଥିବା ଏକ ବ୍ୟାଙ୍କର ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ନେବା ପାଇଁ ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି। ସେପଟେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ